ସ୍ତ୍ରୀକୁ ସନ୍ଦେହ କରି ପୁଅକୁ ମାରି ଦେଲେ!

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଆରଏସ୍‌ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ୫ ବର୍ଷର ପୁଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଭୋରରେ ଏହି ଘଟଣାଟି ଘଟିଛି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମତାନ୍ତରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ହୁଣ୍ଡୁ ଓରାମକୁ ପୁଲିସ୍‌ ଗିରଫ କରିଛି। ସୂଚନା ଅନୁଯାୟୀ, ହୁଣ୍ଡୁ ଓରାମ  ସ୍ତ୍ରୀ ଉପରେ ସନ୍ଦେହ କରୁଥିଲେ। ପୁଅକୁ ନିଜର […]

murder

murder

Jitendra Garnayak
  • Published: Monday, 24 June 2019
  • Updated: 24 June 2019, 03:04 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଆରଏସ୍‌ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ୫ ବର୍ଷର ପୁଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆଜି ଭୋରରେ ଏହି ଘଟଣାଟି ଘଟିଛି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମତାନ୍ତରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ହୁଣ୍ଡୁ ଓରାମକୁ ପୁଲିସ୍‌ ଗିରଫ କରିଛି।

ସୂଚନା ଅନୁଯାୟୀ, ହୁଣ୍ଡୁ ଓରାମ  ସ୍ତ୍ରୀ ଉପରେ ସନ୍ଦେହ କରୁଥିଲେ। ପୁଅକୁ ନିଜର ବୋଲି ଭାବୁ ନ ଥିଲେ। ଆଜି ତାଙ୍କ ସ୍ତ୍ରୀ ଶୌଚ କରିବା ପାଇଁ ଯାଇଥିବା ବେଳେ ସେ ପୁଅକୁ ଛୁରି ଭୁସି ହତ୍ୟା କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos