ମାଂସ ରାନ୍ଧିଲେନି ବୋଲି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ମାଂସ ତରକାରୀ ରୋଷେଇ କଲେନି ବୋଲି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଲୁହା ପାଇପରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ବିସ୍ଥାପିତ ବସ୍ତିରେ। ମୃତ ମହିଳା ଜଣଙ୍କ ହେଲେ ଭୁଲି ଦେହୁରୀ। ପୁଲିସ ଅଭିଯୁକ୍ତ ସ୍ୱାମୀ ଗିରିଶ ଦେହୁରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ବିଳମ୍ବିତ ରାତିରେ ଗିରିଶ ମାଂସ ନେଇ ଘରେ ପହଞ୍ଚିଥିଲେ ଓ  […]

karanjia

Tapaswini Nayak
  • Published: Saturday, 09 July 2022
  • , Updated: 09 July 2022, 01:29 PM IST

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ମାଂସ ତରକାରୀ ରୋଷେଇ କଲେନି ବୋଲି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଲୁହା ପାଇପରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ବିସ୍ଥାପିତ ବସ୍ତିରେ। ମୃତ ମହିଳା ଜଣଙ୍କ ହେଲେ ଭୁଲି ଦେହୁରୀ। ପୁଲିସ ଅଭିଯୁକ୍ତ ସ୍ୱାମୀ ଗିରିଶ ଦେହୁରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ବିଳମ୍ବିତ ରାତିରେ ଗିରିଶ ମାଂସ ନେଇ ଘରେ ପହଞ୍ଚିଥିଲେ ଓ  ପତ୍ନୀ ଭୁଲିଙ୍କୁ ରୋଷେଇ କରିବାକୁ କହିଥିଲେ। ରାତି ଅଧିକ ହୋଇଥିବାରୁ ଭୁଲି ମାଂସ ରାନ୍ଧିବାକୁ ମନା କରିଥିଲେ। ଏଥିରେ ଗିରିଶ ଉତ୍‌କ୍ଷିପ୍ତ ହୋଇ ଘରେ ଥିବା ଲୁହା ପାଇପ ଆଣି ଭୁଲିଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଘଟଣାସ୍ଥଳରେ ଭୁଲିଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ଗ୍ରାମବାସୀ ଘଟଣାସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଗିରିଶଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ଘଟଣାର ତଦନ୍ତ କରୁଛି।  ଭୁଲି ଓ ଗିରିଶଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି।

 

Related story