ପର ସ୍ତ୍ରୀ ସହ ସମ୍ପର୍କ ରଖିବାରୁ ଚାଲିଗଲା ପ୍ରାଣ!

ମାଲକାନଗିରି (ଜିତେନ୍ଦ୍ର ବେଉରା): ପରକୀୟା ପ୍ରୀତିକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ନିରଞ୍ଜନ ସରକାର। ତାଙ୍କ ଘର ଏମ୍‌ପିଭି-୪ରେ।

ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାଁ ସମୀର ବୈରାଗୀ। ସେ ନିରଞ୍ଜନଙ୍କୁ ମାରିଥିବା ନେଇ ପୁଲିସ୍ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିଲା। ନିରଞ୍ଜନ ଭେଜିଙ୍ଗିଗୁଆ ଗାଁରୁ ଯାତ୍ରା ଦେଖି ଫେରୁଥିବା ବେଳେ ଏମ୍‌ପିଭି ୩୮ ନିକଟରେ ବୈରାଗୀ ତାଙ୍କୁ ପଛପଟୁ ଛୁରୀରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ନିରଞ୍ଜନଙ୍କର ମୃତ୍ୟୁ ଘଟିଥିଲା।

ନିରଞ୍ଜନଙ୍କ ମୃତଦେହ ରାସ୍ତା ଉପରେ ପଡ଼ିଥିବା ବେଳେ କିଛି ଲୋକ ଦେଖି ପୁଲିସ୍‌କୁ ଖବର ଦେଇଥିଲେ।

ଅଭିଯୁକ୍ତ ସମୀର ବୈରାଗୀ କହିଛନ୍ତି,“ମୋ ସ୍ତ୍ରୀ ସହ ନିରଞ୍ଜନର ଅନୈତିକ ସମ୍ପର୍କ ଥିଲା। ସେଥିପାଇଁ ମୁଁ ତାକୁ ମାରି ଦେଲି।”