ଟିଟିଲାଗଡ଼: ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଏହି ଅଭାବନୀୟ ଘଟଣା ଘଟିଛି ଟିଟିଲାଗଡ଼ର ଟାଙ୍ଗରପଡ଼ାରେ। ଗତକାଲି ରାତିରେ ଅନୀଲ ସିଂ ଓ ତାଙ୍କ ସ୍ତ୍ରୀ ପୂଜା ସୁନାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅନୀଲ ତାଙ୍କ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗତ ୭ବର୍ଷ ତଳେ ଅନୀଲ ପୂଜାଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ତାଙ୍କର ଏକ ୨ ବର୍ଷର ଝିଅ ଅଛି।
ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଅଟକ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।