ମହିଳା ସାମ୍ୱାଦିକ ଓ ବିଜେଡି କର୍ମୀଙ୍କୁ ପିଟିଲେ ଦୁର୍ବୃତ୍ତ!

କଟକ(ଓଡ଼ିଶା ରିପୋର୍ଟର): ମହିଳା ସାମ୍ୱାଦିକ ଓ ବିଜେଡି କର୍ମୀଙ୍କ ଉପରେ ଆଜି ଆକ୍ରମଣ ହୋଇଛି। ୫ରୁ ୬ ଜଣ ଯୁବକ ସଂଘବଦ୍ଧ ଭାବେ କଟକ ଜିଲ୍ଲା ନିଆଳି ବ୍ଲକ ଉପାଧ୍ୟକ୍ଷଙ୍କ ଅଫିସ୍‌ରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନିଆଳି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ନିଆଳି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଉପାଧ୍ୟକ୍ଷ ଓ କିଛି ବିଜେଡି କର୍ମୀ ବସି ଆଲୋଚନା କରୁଥିଲେ। ଏହି […]

nialiee

Manoranjan Sial
  • Published: Monday, 11 November 2019
  • , Updated: 11 November 2019, 05:09 PM IST

କଟକ(ଓଡ଼ିଶା ରିପୋର୍ଟର): ମହିଳା ସାମ୍ୱାଦିକ ଓ ବିଜେଡି କର୍ମୀଙ୍କ ଉପରେ ଆଜି ଆକ୍ରମଣ ହୋଇଛି। ୫ରୁ ୬ ଜଣ ଯୁବକ ସଂଘବଦ୍ଧ ଭାବେ କଟକ ଜିଲ୍ଲା ନିଆଳି ବ୍ଲକ ଉପାଧ୍ୟକ୍ଷଙ୍କ ଅଫିସ୍‌ରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନିଆଳି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ନିଆଳି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଉପାଧ୍ୟକ୍ଷ ଓ କିଛି ବିଜେଡି କର୍ମୀ ବସି ଆଲୋଚନା କରୁଥିଲେ। ଏହି ସମୟରେ ୫ରୁ ୬ ଜଣ ଯୁବକ ସେଠାରେ ପହଞ୍ଚି ଥିଲେ। ପରେ ସେମାନଙ୍କ ସହିତ ଯୁକ୍ତିତର୍କ କରିବା ସହ ଠେଲାପେଲା କରିଥିଲେ। ଏପରିକି ଆକ୍ରମଣ ମଧ୍ୟ କରିଥିଲେ। ଠିକ୍‌ ଏତିକି ବେଳେ ବ୍ଲକ କାର୍ଯ୍ୟାଳୟକୁ ଖବର ସଂଗ୍ରହ କରିବା ପାଇଁ ଆସିଥିଲେ ନିଆଳି ଅଞ୍ଚଳର ଜଣେ ଜନୈକା ମହିଳା ସାମ୍ବାଦିକ। ଆଉ ଦୁର୍ବୃତ୍ତଙ୍କ ଆକ୍ରମଣ କରୁଥିବା ଦେଖି ସାମ୍ୱାଦିକା ଜଣକ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିଲେ। ଏହା ଦେଖି ଦୁର୍ବୃତ୍ତମାନେ ସମ୍ପୃକ୍ତ ମହିଳା ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରିବା ସହ ଟଣାଓଟରା କରିଥିଲେ।

ଏନେଇ ନିଆଳି ଥାନାରେ ବିଜେଡି କର୍ମୀ ଓ ଜନୈକା ମହିଳା ସାମ୍ବାଦିକ ଲିଖିତ ଅଭିଯୋଗ କରିଛନ୍ତି।

Related story