ସ୍ୱାମୀ କାହାର? ଡାକ୍ତରଖାନାରେ ଦୁଇ ମହିଳା ହାତାହାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ ହେପାଜତରେ ମୃତ ବ୍ୟକ୍ତି କିଏ? ତାଙ୍କ ପରିଚୟ କଣ? ସେ ପ୍ରଦୀପ ସାହୁ ନା ଦେବେନ୍ଦ୍ର ଚୌଧୁରୀ। ତାଙ୍କର ପ୍ରକୃତ ସ୍ତ୍ରୀ କିଏ? ଦୁଇ ମହିଳାଙ୍କ କଳି ଭିତରେ କମିଶନରେଟ୍‌ ପୁଲିସ୍‌ ନଫସି ଆଜି ସନ୍ଧ୍ୟାରେ ସତ୍ୟନଗର ଶ୍ମଶାନରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛି। ସେହି ସମୟରେ ନିଜକୁ ସ୍ତ୍ରୀ ବୋଲି ଦାବି କରୁଥିବା ଦୁଇ ମହିଳା ଉପସ୍ଥିତ ଥିଲେ। ପୂରା ଘଟଣା ଏମିତି। ଖୋର୍ଦ୍ଧା ଟାଙ୍କୀ ଭୁଣ୍ଡପୁର ବାଲିପାଟପୁର ଗାଁର […]

Capital

Manoranjan Sial
  • Published: Monday, 18 April 2022
  • , Updated: 18 April 2022, 08:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ ହେପାଜତରେ ମୃତ ବ୍ୟକ୍ତି କିଏ? ତାଙ୍କ ପରିଚୟ କଣ? ସେ ପ୍ରଦୀପ ସାହୁ ନା ଦେବେନ୍ଦ୍ର ଚୌଧୁରୀ। ତାଙ୍କର ପ୍ରକୃତ ସ୍ତ୍ରୀ କିଏ? ଦୁଇ ମହିଳାଙ୍କ କଳି ଭିତରେ କମିଶନରେଟ୍‌ ପୁଲିସ୍‌ ନଫସି ଆଜି ସନ୍ଧ୍ୟାରେ ସତ୍ୟନଗର ଶ୍ମଶାନରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛି। ସେହି ସମୟରେ ନିଜକୁ ସ୍ତ୍ରୀ ବୋଲି ଦାବି କରୁଥିବା ଦୁଇ ମହିଳା ଉପସ୍ଥିତ ଥିଲେ।

ପୂରା ଘଟଣା ଏମିତି। ଖୋର୍ଦ୍ଧା ଟାଙ୍କୀ ଭୁଣ୍ଡପୁର ବାଲିପାଟପୁର ଗାଁର ପ୍ରଦୀପ ସାହୁ। ସେ ସେଠାରେ ମନୋରମା ସାହୁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି। ସେ କାମ ଅନ୍ୱେଷଣରେ ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ରହଣୀ ସମୟରେ ନିଜ ନାଁ ବଦଳାଇ ଦେଇଥିଲେ। ଅର୍ଥାତ ପ୍ରଦୀପ ସାହୁ ହୋଇଯାଇଥିଲେ ଦେବେନ୍ଦ୍ର ଚୌଧୁରୀ। ଏପରିକି ଦେବେନ୍ଦ୍ର ଚୌଧୁରୀଙ୍କ ନାଁରେ ଆଧାରକାର୍ଡ ମଧ୍ୟ ତିଆରି କରିଥିଲେ। ସେହି ନାଁରେ ସେ ବନିତା ଚୌଧୁରୀଙ୍କୁ ବିବାହ କରିଥିଲେ।

ରବିବାର ରାତିରେ ବଡ଼ଗଡ଼ ଥାନା ପୁଲିସ୍‌ ପ୍ରଦୀପକୁ ସାଇକେଲ୍‌ ଚୋରି ଅଭିଯୋଗରେ ଉଠାଇ ନେଇଥିଲା। ପରେ ପ୍ରଦୀପ ଅସୁସ୍ଥ ହୋଇପଡ଼ିଥିଲା। ପୁଲସ୍‌ ତାକୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାକୁ ମୃତଘୋଷଣା କରିଥିଲା। ଏହିଠାରୁ ଆରମ୍ଭ ହେଲା ସସ୍‌ପେନ୍ସର ଖେଳ। ମୃତକ ଜଣଙ୍କ ପ୍ରଦୀପ ସାହୁ ବୋଲି ପୁଲିସ୍‌ କହୁଥିବା ବେଳେ ପରିବାର ଲୋକେ କିନ୍ତୁ ତାଙ୍କ ନାଁ ଦେବେନ୍ଦ୍ର ଚୌଧୁରୀ ବୋଲି କହିଲେ। ଏହାକୁ ନେଇ ଦିନ ତମାମ ଦ୍ୱନ୍ଦ୍ୱ ଲାଗି ରହିବା ପରେ ଶେଷରେ ପୁଲିସ ମୃତଦେହ ହସ୍ତାନ୍ତର କରିବାକୁ ବ୍ୟବସ୍ଥା କଲା।

ପ୍ରଦୀପଙ୍କ ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପୁଲିସ ବ୍ୟବଚ୍ଛେଦ କରିବା ପରେ ବନିତା ଚୌଧୁରୀଙ୍କୁ ହସ୍ତାନ୍ତର କରିବାକୁ ଯାଉଥିବା ବେଳେ ଏଣ୍ଟ୍ରି କଲେ ଆଉ ଜଣେ ମହିଳା। ସେ ହେଉଛନ୍ତି ମନୋରମା ସାହୁ। ସେ ନିଜକୁ ପ୍ରଦୀପଙ୍କ ସ୍ତ୍ରୀ ବୋଲି ଦାବି କରି ମୃତଦେହ ନେବାକୁ ଚାହିଁଲେ। ଯାହାକୁ ନେଇ ଅଡୁଆରେ ପଡ଼ିଗଲା ପୁଲିସ୍‌।

ବର୍ତ୍ତମାନ ପୁଲିସ୍‌ ମୃତଦେହ କାହାକୁ ଦେବ? ମୃତବ୍ୟକ୍ତିଙ୍କ ପ୍ରକୃତ ସ୍ତ୍ରୀ କିଏ? ଏପରି ଗୋଲକ ଧନ୍ଦା ଭିତରେ ପୁଲିସ ଫସିଥିବା ବେଳେ ନିଜର ସ୍ୱାମୀ ବୋଲି ଦାବି କରୁଥିବା ମନୋରମା ଓ ବନିତା ମେଡ଼ିକାଲ୍‌ ଆଗରେ ହାତାହାତି ହୋଇଥିଲେ। ଏପରିକି ମାଡ଼ ମରାମରି ହୋଇଥିଲେ। ଦୁଇ ମହିଳାଙ୍କ ଏହି ଲଢ଼େଇ ଦେଖି ପୁଲିସ କାହାରିକୁ ମୃତଦେହ ଦେଲାନାହିଁ। ଶେଷରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନକୁ ଆଣି ସତ୍କାର କରିଛି। ଏହି ସମୟରେ ଦୁଇ ମହିଳା ଉପସ୍ଥିତ ରହିଥିଲେ।

Related story