ଅନୁଭବଙ୍କୁ ହତ୍ୟା ଧମକ ଦେଇ ‘ମିସ୍ତ୍ରୀ’ ଗିରଫ

କଟକ(ଓଡ଼ିଶା ରିପୋର୍ଟର): ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୁଲିସ୍‌ର ସ୍ପେଶାଲ୍‌ ସ୍କ୍ୱାଡ୍ ଗୁଜରାଟରୁ ତାଙ୍କୁ ଗିରଫ କରିଛି। ତାଙ୍କ ନାଁ କାଳିଆ ବାରିକ ଓରଫ ଦିପୁ। ତା’ ଘର ଗଞ୍ଜାମ ଜିଲ୍ଲା ଖଲିକୋଟର ବିକ୍ରମପୁରରେ।  ସେ କଟକ ରାଜାବଗିଚା ଅଞ୍ଚଳରେ ଏକ ଭଡ଼ାଘରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଏପ୍ରିଲ୍ ୨୯ ତାରିଖରେ ସେ ଅଭିଯୁକ୍ତ ଅନୁଭବଙ୍କୁ ଟଙ୍କା […]

anuvaba

anuvaba

Jitendra Garnayak
  • Published: Sunday, 19 May 2019
  • Updated: 19 May 2019, 02:28 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୁଲିସ୍‌ର ସ୍ପେଶାଲ୍‌ ସ୍କ୍ୱାଡ୍ ଗୁଜରାଟରୁ ତାଙ୍କୁ ଗିରଫ କରିଛି।

ତାଙ୍କ ନାଁ କାଳିଆ ବାରିକ ଓରଫ ଦିପୁ। ତା’ ଘର ଗଞ୍ଜାମ ଜିଲ୍ଲା ଖଲିକୋଟର ବିକ୍ରମପୁରରେ।  ସେ କଟକ ରାଜାବଗିଚା ଅଞ୍ଚଳରେ ଏକ ଭଡ଼ାଘରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।

ଏପ୍ରିଲ୍ ୨୯ ତାରିଖରେ ସେ ଅଭିଯୁକ୍ତ ଅନୁଭବଙ୍କୁ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇଥିଲେ। ଏନେଇ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅନୁଭବ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଅନୁଭବଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍ କରି ୧୦ ଲକ୍ଷ ଟଙ୍କା ମାଗି ଥିଲେ। ଯେଉଁ ଫୋନ୍‌ରୁ ସେ ଧମକ ଦେଇଥିଲେ, ତାକୁ ଜବତ କରାଯାଇଛି।

ସୂଚନାଯୋଗ୍ୟ, ଅନୁଭବ ମହାନ୍ତିଙ୍କୁ ଏଥର ସାଧାରଣ ନିର୍ବାଚନରେ ବିଜେଡି କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos