ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କ ନାଁରେ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡପ ଉଦ୍ୟମ କରି ଠକ ଗିରଫ । ଅଭିଯୋଗ ଅନୁଯାୟୀ, କୋଏମ୍ବାଟୁରରେ ଫସି ରହିଥିବା ଜଣେ ପ୍ରବାସୀ ଶ୍ରମିକଙ୍କୁ ଓଡିଶା ଫେରିବା ପାଇଁ ଦୁର୍ବୃତ୍ତ ଜଣଙ୍କ ୬ହଜାର ୫ଶହ ଟଙ୍କା ଜମା କରିବା ପାଇଁ କହିଥିଲେ। ଅଭିନେତା ସବ୍ୟସାଚୀ ଏହାର ବ୍ୟବସ୍ଥା କରିଛନ୍ତି ଏବଂ ସେ ତାଙ୍କ ତରଫରୁ କହୁଛନ୍ତି ବୋଲି ପ୍ରବାସୀ ଜଣଙ୍କୁ ଫୋନରେ କହିଥିଲେ।
କିନ୍ତୁ ଦୁର୍ବୃତ୍ତଙ୍କ କଥାବାର୍ତ୍ତାରେ ସନ୍ଦେହ ହେବାରୁ ପ୍ରବାସୀ ଶ୍ରମିକ ଜଣଙ୍କ ଅଭିନେତା ସବ୍ୟସାଚୀଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେ ଏଭଳି କିଛି ବ୍ୟବସ୍ଥା କରିନଥିବା କହିଥିଲେ। ଏହାପରେ ଅଭିନେତା ସବ୍ୟସାଚୀ ଭୁବନେଶ୍ୱର ଡିସିପିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଡିସିପିଙ୍କ ସୂଚନା ଅନୁସାରେ କୋଏମ୍ବାଟୁର ପୁଲିସ ଦୁର୍ବୃତ୍ତକୁ ଗିରଫ କରିଛି।