ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଦାଦା କାଟି ଦେଲା ଝିଆରୀର ତଣ୍ଟି। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବଣପଲ୍ଲୀ ଗାଁରେ।
ଘରୋଇ କଳିକୁ କେନ୍ଦ୍ର କରି ଏହି ଅମାନୁଷିକ କାଣ୍ଡ ଘଟିଥିବା ଜଣାପଡ଼ିଛି। ଅଭିଯୁକ୍ତ ଦାଦା ଛୁରୀରେ ନାବାଳିକା ଝିଆରୀକୁ ଆକ୍ରମଣ କରିଥିଲା। ତଣ୍ଟି ଓ ପେଟରେ ସେ ଛୁରାମାଡ଼ କରିଥିଲା।
ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପରିବାର ଲୋକେ ଉଦ୍ଧାର କରି ବୁଗୁଡା ମେଡିକାଲରେ ଭର୍ତି କରାଇଛନ୍ତି।
ଘଟଣା ସ୍ଥଳରେ ବୁଗୁଡ଼ା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ଅଭିଯୁକ୍ତ ଦାଦା ଧର୍ନୁଧର ନାୟକକୁ ଅଟକ ରଖି ପଚରା ଉଚରା କରୁଛି।
ଅଭିଯୋଗ ଅନୁସାରେ, ବଣପଲ୍ଲୀ ଗାଁର ଧର୍ନୁଧର ନାୟକ ଓ ତାଙ୍କ ଭାଇଙ୍କ ମଧ୍ୟରେ ବିବାଦ ଥିଲା। ଆଜି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେହି ସମୟରେ ସେଠି ପହଞ୍ଚିଥିଲେ ଏହି ନାବାଳିକା। ଆଉ ଉତ୍କ୍ଷିପ୍ତ ଧର୍ନୁଧର ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ଚାଉଳ ହିତାଧିକାରୀଙ୍କ ଭିତରେ ଥିଲେ ୧.୭୭ ଲକ୍ଷ ଭୂତ’
ଏବେବି ୬ ଲକ୍ଷ ୧୯ ହଜାର ୮ ଶହ ୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଥିବା ମନ୍ତ୍ରୀ କହିଛନ୍ତି।
Crime
ଖଳାରୁ ଧାନ ଚୋରି କରୁଥିଲେ; ମାଡ଼ି ବସିଲେ ଗ୍ରାମବାସୀ
କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଚୋରମାନେ ଉତ୍ପାତ ଚଳାଇଥିବା ବେଳେ ମିନିଟ୍ରକରେ ବୋହି ଧାନ ନେଇଯାଉଥିବା ଅଭିଯୋଗ ଆସିଥିଲା।
Miscellaneous
କାର୍ଯ୍ୟରେ ଯୋଗଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ
ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ମାସ ଛୁଟିରେ ପଳାଇଥିଲେ ସୁଜାତା।
Crime
ଖଣି ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୭ଟି ସ୍ଥାନରେ ଚଢ଼ଉ
ପଦ୍ମନାଭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ୧୭ ଦାଦନ ଶ୍ରମିକ; ଅଟକାଇ ଦେଲା ପୁଲିସ୍
ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ପୁରୁଷ ୭, ମହିଳା ୮ ଓ ଛୋଟଛୁଆ ୨ ଜଣ ଅଛନ୍ତି।