ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧରେ ଜଣେ ମୀନାବଜାର ମାଲିକଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କଠାରୁ ୬୦ ହଜାର ଟଙ୍କା ଲୁଟି ନିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅବଦୁଲ ମହସୀନ ଖାନ୍। ତାଙ୍କ ପେଟରେ ଛୁରାମାଡ଼ ହୋଇଛି।
ଗତକାଲି ରାତି ପ୍ରାୟ ୧୨ଟା ବେଳେ ସେ ମୀନାବଜାରର ହିସାବ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଷ୍ଟାଡିୟମ ପଡ଼ିଆ ସାମ୍ନାରେ ସ୍ଥାନୀୟ ବାପୁଜୀ ନଗରର ୨୫ରୁ ୩୦ ଜଣ ବ୍ୟକ୍ତି ତାଙ୍କୁ ପଛପଟୁ ସଂଘବଦ୍ଧ ଅକ୍ରମଣ କରିଥିଲେ। ଏହି ସମୟରେ କେହି ଜଣେ ତାଙ୍କ ପେଟକୁ ଛୁରୀରେ ଭୁସି ଦେଇଥିଲା। ଏଥିସହ ସେମାନେ ତାଙ୍କ ପାଖରେ ଥିବା ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିଲେ।
ସ୍ଥାନୀୟ ଲୋକେ ଅବଦୁଲଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଟାଉନ୍ ଥାନାରେ ଏତଲା ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।