ଗୋଡ଼ାଇ ଗୋଡ଼ାଇ ହାଣିଲେ

ଖୋର୍ଦ୍ଧା (ବଳରାମ ଲେଙ୍କା): ଭୁବନେଶ୍ୱର ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ  ପାଞ୍ଚଗାଁରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ମୁକ୍ତିରାଜ ଗୁରୁ। ତାଙ୍କ ଘର ସେହି ପାଞ୍ଚଗାଁରେ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ମୁକ୍ତିରାଜଙ୍କୁ ତାଙ୍କ ଗାଁର କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡା ଓ ଭୁଜାଲିରେ ଗୋଡ଼ା ଗୋଡ଼ାଇ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ହାତ ପାପୁଲି ଠାରୁ ଦୁଇ ଖଣ୍ଡ ହୋଇଯାଇଛି। ଏଥିସହ ତାଙ୍କ ପିଠିରେ ଗଭୀର ଆଘାତ ଲାଗିଛି। […]

khurdh

Jyoshna Pradhan
  • Published: Sunday, 29 September 2019
  • , Updated: 29 September 2019, 02:35 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଭୁବନେଶ୍ୱର ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ  ପାଞ୍ଚଗାଁରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ମୁକ୍ତିରାଜ ଗୁରୁ। ତାଙ୍କ ଘର ସେହି ପାଞ୍ଚଗାଁରେ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ମୁକ୍ତିରାଜଙ୍କୁ ତାଙ୍କ ଗାଁର କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡା ଓ ଭୁଜାଲିରେ ଗୋଡ଼ା ଗୋଡ଼ାଇ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ହାତ ପାପୁଲି ଠାରୁ ଦୁଇ ଖଣ୍ଡ ହୋଇଯାଇଛି। ଏଥିସହ ତାଙ୍କ ପିଠିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏ ଘଟଣା ନେଇ ଗତକାଲି ଏୟାର ଫିଲ୍‌ଡ ଥାନାରେ ଅଭିଯୋଗ ହୋଇଛି। ତେବେ ପୁଲିସ୍‌ ଦୁର୍ବୃତ୍ତମାନଙ୍କୁ  ଧରିବା ଦୂରର କଥା ଏ ପର୍ଯ୍ୟନ୍ତ ମାମଲା ରୁଜୁ କରାଯାଇ ନଥିବା ଅଭିଯୋଗ ହୋଇଛି।

Related story