ପିଲା ଚୋର ଭାବି ଜଣେ ଅଣ ଓଡ଼ିଆଙ୍କୁ ପିଟିଲେ

ବାରିପଦା(ମାଣିକଲାଲ୍ ପାଣି): ଥମୁନି ପିଲା ଚୋର ଗୁଜବ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ  ଠାକୁରତଟା ଷ୍ଟେସନ ଠାରେ ପିଲାଚୋର ଭାବି ଜଣେ ଅଣ ଓଡ଼ିଆଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି।

ଗତକାଲି ରାତିରେ କିଛି ଅଣ ଓଡ଼ିଆ ଲୋକ ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ପିଲାଚୋର ଗୁଜବ ଉଠିଥିଲା। ଏହାପରେ ଲୋକେ ସେମାନଙ୍କୁ  ଗୋଡ଼ାଇଥିଲେ। ହେଲେ ୩ ଜଣ ଖସି ପଳାଇ ଥିଲା ବେଳେ ଜଣେ ଧରାପଡ଼ିଥିଲା। ଉକ୍ତ ବ୍ୟକ୍ତିକୁ ଲୋକେ ଗୋଡ଼ ଓ ହାତ ବାନ୍ଧି  ନିସ୍ତୁକ ମାଡ଼ ମାରିଥିଲେ।

ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବନ୍ଧା ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା। ତେବେ ସେହି ବ୍ୟକ୍ତିର ପରିଚୟ ମିଳିପାରି ନାହିଁ। ତା’ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପୋଲିସ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହି ବ୍ୟକ୍ତି ଜଣକ ମାନସିକ ରୋଗୀ ଥିବା ଅନୁମାନ କରାଯାଉଛି।

Ordigital Desk
• Published: Thursday, 31 May 2018
• Updated: 31 May 2018, 10:26 AM IST

ବାରିପଦା(ମାଣିକଲାଲ୍ ପାଣି): ଥମୁନି ପିଲା ଚୋର ଗୁଜବ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ  ଠାକୁରତଟା ଷ୍ଟେସନ ଠାରେ ପିଲାଚୋର ଭାବି ଜଣେ ଅଣ ଓଡ଼ିଆଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି।

ଗତକାଲି ରାତିରେ କିଛି ଅଣ ଓଡ଼ିଆ ଲୋକ ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ପିଲାଚୋର ଗୁଜବ ଉଠିଥିଲା। ଏହାପରେ ଲୋକେ ସେମାନଙ୍କୁ  ଗୋଡ଼ାଇଥିଲେ। ହେଲେ ୩ ଜଣ ଖସି ପଳାଇ ଥିଲା ବେଳେ ଜଣେ ଧରାପଡ଼ିଥିଲା। ଉକ୍ତ ବ୍ୟକ୍ତିକୁ ଲୋକେ ଗୋଡ଼ ଓ ହାତ ବାନ୍ଧି  ନିସ୍ତୁକ ମାଡ଼ ମାରିଥିଲେ।

ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବନ୍ଧା ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା। ତେବେ ସେହି ବ୍ୟକ୍ତିର ପରିଚୟ ମିଳିପାରି ନାହିଁ। ତା’ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପୋଲିସ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହି ବ୍ୟକ୍ତି ଜଣକ ମାନସିକ ରୋଗୀ ଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos