ବାପାକୁ ଠେଙ୍ଗାରେ ପିଟି ମାରି ଦେଲା ପୁଅ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ। ଏଭଳି ଅଭିଯୋଗ ଆସିଛି ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗାଁରେ। ମୃତକଙ୍କ ନାଁ ଗୋବିନ୍ଦ ମୁଣ୍ଡା (୬୦)। ଅଭିଯୁକ୍ତ ତଥା ତାଙ୍କ ପୁଅ ନାଁ ଅମୂଲ୍ୟ ମୁଣ୍ଡା (୩୦)। ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ପ୍ରାୟ ୧୦ଟା ବେଳେ ଅମୂଲ୍ୟ ମଦ ପିଇ ଘରକୁ ଫେରିବା ପରେ ବାପା ଗୋବିନ୍ଦଙ୍କ ସହିତ କୌଣସି କଥାକୁ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ […]

dead

Jitendra Garnayak
  • Published: Sunday, 23 August 2020
  • , Updated: 23 August 2020, 12:47 PM IST

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ। ଏଭଳି ଅଭିଯୋଗ ଆସିଛି ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗାଁରେ। ମୃତକଙ୍କ ନାଁ ଗୋବିନ୍ଦ ମୁଣ୍ଡା (୬୦)। ଅଭିଯୁକ୍ତ ତଥା ତାଙ୍କ ପୁଅ ନାଁ ଅମୂଲ୍ୟ ମୁଣ୍ଡା (୩୦)।

ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ପ୍ରାୟ ୧୦ଟା ବେଳେ ଅମୂଲ୍ୟ ମଦ ପିଇ ଘରକୁ ଫେରିବା ପରେ ବାପା ଗୋବିନ୍ଦଙ୍କ ସହିତ କୌଣସି କଥାକୁ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ଅମୂଲ୍ୟ ଏକ ଠେଙ୍ଗାରେ ତାଙ୍କ ବାପାଙ୍କୁ ପିଟିଥିଲେ। ଏପରିକି ଟାଙ୍ଗିଆରେ ହାଣି ଦେବାକୁ ଗୋଡ଼ାଇ ଥିଲେ। ଏହା ଦେଖି ଗୋବିନ୍ଦଙ୍କ ସାନପୁଅ ଗଣ ମୁଣ୍ଡା ତାଙ୍କୁ ଉଦ୍ଧାର କରିଥିଲେ ଓ ଗାଁ ମୁଣ୍ଡରେ ଥିବା ଲକ୍ଷ୍ମୀପୂଜା ମଣ୍ଡପକୁ ନେଇ ଯାଇଥିଲେ। ତେବେ ସକାଳେ ସେଠାରେ ଗୋବିନ୍ଦ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା।

ଏହା ପରେ ଗ୍ରାମବାସୀମାନେ ଅମୂଲ୍ୟଙ୍କୁ ଅଟକ ରଖିଥିଲେ ଓ ଗଣ ପୁଲିସ୍‌କୁ ଖବର ଦେଇଥିଲେ। ଦେବଗଡ଼ ଥାନା ନୁଲିସ୍ ମୃତଦେହକୁ ଜବତ କରିବା ସହିତ ଅମୂଲ୍ୟଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।

Related story