ସୋର(ଶଶିକାନ୍ତ ବେହେରା) : ଋଣ ଭାର ସହି ନପାରି ଆତ୍ମହତ୍ୟା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସୋର ମାଣତ୍ରି ଅଞ୍ଚଳରେ। ମୃତକ ହେଲେ ମହନ୍ତ ସାହିର ରବୀନ୍ଦ୍ର ପରିଡା ଗତ ମାର୍ଚ୍ଚ ମାସରେ ରବୀନ୍ଦ୍ର ପରିଡା ଝିଅ ବାହା ଦେଇଥିଲେ । ଜୀବନ ଯାକର ପୁଞ୍ଜି ଠୁଳ କଲା ପରେ ବି ଝିଅ ବିବାହ ପାଇଁ ଟଙ୍କା ନିଅଣ୍ଟ ହେଲା । ତେଣୁ ବାଧ୍ୟ ହୋଇ ଫାଇନାନ୍ସ କମ୍ପାନି ଦେଢ଼ ଲକ୍ଷ ଓ ଗାଁ ଲୋକଙ୍କଠାରୁ ରବୀନ୍ଦ୍ର ପରିଡା ୫୦ ହଜାର ଋଣ ଆଣିଥିଲେ ।
ମାତ୍ର କିଛିଦିନ ମଧ୍ୟରେ କରୋନା ମହାମାରୀ ଓ ଲକଡାଉନ ସଟଡାଉନ୍ ଯୋଗୁଁ ସେ କାମଧନ୍ଦା ହରାଇଥିଲେ । ମାସ ମାସ ଧରି ଘରେ ବସିରହିବାକୁ ଋଣ କିସ୍ତି ସୁଝି ପାରିନଥିଲେ । ଟଙ୍କା ନଦେବାରୁ ଫାଇନାନ୍ସ କର୍ମଚାରୀ ଓ ଗାଁରୁ ହାତ ଉଦ୍ଧାରି କରିଥିବା ଲୋକେ ତାଙ୍କ ଉପରେ ଚାପ ପକାଉଥିଲେ । ଅତି ଅସହ୍ୟ ହେବାରୁ ଜୁଲମ ସହିନପାରି ସେ ଆତ୍ମହତ୍ୟାକୁ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।