ଗୋ ଏୟାର ବିମାନରେ ଯାତ୍ରା ବେଳେ ବ୍ୟାଗରୁ ଚୋରି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଲକାତାରୁ ଭୁବନେଶ୍ୱର ବିମାନ ଯାତ୍ରା ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଟଙ୍କା, ସୁନାମୁଦି ଓ ରୁପା କଏନ ଚୋରି ହୋଇଛି। ଏନେଇ ସେ ଗୋ’ ଏୟାରରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କୁ କୌଣସି ସୁଫଳ ମିଳିନଥିଲା। ପରେ ସେ ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାରୁ ପ୍ରକାଶ ଯାତ୍ରୀ ଜଣକ ଗୋ’ ଏୟାର ବିମାନରେ କୋଲକାତାରୁ ଭୁବନେଶ୍ୱର ଆସୁଥିଲେ। ଭୁବନେଶ୍ୱର […]

Man-complains-of-theft-of-valuables-from-his-baggage-during-air-travel-to-Bhubaneswar

Manoranjan Sial
  • Published: Wednesday, 26 June 2019
  • , Updated: 26 June 2019, 06:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଲକାତାରୁ ଭୁବନେଶ୍ୱର ବିମାନ ଯାତ୍ରା ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଟଙ୍କା, ସୁନାମୁଦି ଓ ରୁପା କଏନ ଚୋରି ହୋଇଛି। ଏନେଇ ସେ ଗୋ’ ଏୟାରରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କୁ କୌଣସି ସୁଫଳ ମିଳିନଥିଲା। ପରେ ସେ ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାରୁ ପ୍ରକାଶ ଯାତ୍ରୀ ଜଣକ ଗୋ’ ଏୟାର ବିମାନରେ କୋଲକାତାରୁ ଭୁବନେଶ୍ୱର ଆସୁଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ଦେଖିଲେ ଯେ ତାଙ୍କ ବ୍ୟାଗର ସିଲ୍‌ ଖୋଲା ଯାଇଛି। ଏପରିକି ବ୍ୟାଗ ଭିତରେ ଥିବା ୫୦ ହଜାର ଟଙ୍କା, ସୁନାମୁଦି ସହ ୧୦ ଗ୍ରାମର ରୁପା କଏନ ନାହିଁ। ଚେକ୍ ଇନ୍ ପରେ କେହି ତାଲା ଭାଙ୍ଗି ଚୋରି କରିଥିବା ସେ ଅଭିଯୋଗ କରିଛନ୍ତି।

Related story