ହାତୀ ଘଉଡ଼ାଇବାକୁ ଯାଇଥିଲେ, ଶୁଣ୍ଢରେ ଟେକି କଚାଡ଼ି ଦେଲା

ଭଞ୍ଜନଗର (ଓଡ଼ିଶା ରିପୋର୍ଟର):ହାତୀ ଘଉଡାଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ଦେଲା। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ବନାଞ୍ଚଳ କ୍ଷେତମୁଣ୍ଡଳୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପବିତ୍ର ପାତ୍ର। ଗତକାଲି ବିଳମ୍ବିତ ରାତିରେ ୧୦ଟିକିଆ ହାତୀ ପଲ କ୍ଷେତମୁଣ୍ଡଳୀ ଗାଁରେ ପଶି ଧାନ ଫସଲ ନଷ୍ଟ କରୁଥିଲେ। ଖବର ପାଇ ବନ ବିଭାଗ ଓ ଗାଁ ଲୋକେ ମିଶି ହାତୀ ଘଉଡାଇବା ପାଇଁ ଯାଇଥିଲେ। ହେଲେ ହଠାତ୍ […]

elephant

  • Published: Sunday, 09 October 2022
  • , Updated: 09 October 2022, 01:03 PM IST

ଭଞ୍ଜନଗର (ଓଡ଼ିଶା ରିପୋର୍ଟର):ହାତୀ ଘଉଡାଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ଦେଲା। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ବନାଞ୍ଚଳ କ୍ଷେତମୁଣ୍ଡଳୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପବିତ୍ର ପାତ୍ର।

ଗତକାଲି ବିଳମ୍ବିତ ରାତିରେ ୧୦ଟିକିଆ ହାତୀ ପଲ କ୍ଷେତମୁଣ୍ଡଳୀ ଗାଁରେ ପଶି ଧାନ ଫସଲ ନଷ୍ଟ କରୁଥିଲେ। ଖବର ପାଇ ବନ ବିଭାଗ ଓ ଗାଁ ଲୋକେ ମିଶି ହାତୀ ଘଉଡାଇବା ପାଇଁ ଯାଇଥିଲେ। ହେଲେ ହଠାତ୍ ହାତୀଟି ଲୋକଙ୍କୁ ଗୋଡ଼ାଇ ଥିଲା। ଅନ୍ୟମାନେ ଜୀବନ ବିକଳେ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ। ହେଲେ ପବିତ୍ର ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେଲା। ଘଟଣାସ୍ଥଳରେ ପବିତ୍ରଙ୍କର ମୃତ୍ୟୁ ଘଟିଥିଲା। ବନବିଭାଗ ମୃତଦେହ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

 

 

Related story