ନିଶାମୁକ୍ତ ହେବାକୁ ଯାଇଥିଲେ ସେକ୍ସନ ଅଫିସର, ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନିଶା ନିବାରଣ କେନ୍ଦ୍ରରେ ନିଶା ଛାଡ଼ିବାକୁ ଭର୍ତ୍ତି ହୋଇଥିଲେ। ହେଲେ ନିଶା ଛାଡ଼ିବା ଦୂରର କଥା ଚାଳିଗଲା ଜୀବନ। ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଘଟିଛି ଏପରି ଛାତିଥରା ଅଘଟଣ । ମୃତକ ହେଲେ ରାଜୀବ ଶ୍ରୀଚନ୍ଦନ ।  ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଡୁମଡୁମା ଅଞ୍ଚଳର ରାଜୀବ ଶ୍ରୀଚନ୍ଦନ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗରେ ସେକ୍ସନ ଅଫିସର ଭାବେ କାମ କରୁଥିଲେ। ପରିବାର […]

pic

pic

Niharika Rout
  • Published: Wednesday, 02 November 2022
  • Updated: 02 November 2022, 01:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନିଶା ନିବାରଣ କେନ୍ଦ୍ରରେ ନିଶା ଛାଡ଼ିବାକୁ ଭର୍ତ୍ତି ହୋଇଥିଲେ। ହେଲେ ନିଶା ଛାଡ଼ିବା ଦୂରର କଥା ଚାଳିଗଲା ଜୀବନ। ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଘଟିଛି ଏପରି ଛାତିଥରା ଅଘଟଣ । ମୃତକ ହେଲେ ରାଜୀବ ଶ୍ରୀଚନ୍ଦନ ।  ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି।

ଡୁମଡୁମା ଅଞ୍ଚଳର ରାଜୀବ ଶ୍ରୀଚନ୍ଦନ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗରେ ସେକ୍ସନ ଅଫିସର ଭାବେ କାମ କରୁଥିଲେ। ପରିବାର କହିଲେ  ବାପାଙ୍କର ପୂର୍ବରୁ ଦେହାନ୍ତ ହୋଇ ସାରିଥିବା ବେଳେ ଘରେ କେବଳ ମା’ ଓ ଜେଜେମା’ । କୁସଙ୍ଗରେ ପଡ଼ି ନିଶାସକ୍ତ ହୋଇ ପଡ଼ିଥିବା ରାଜୀବ ନିଜେ ଏହାକୁ ହୃଦୟଙ୍ଗମ କରିପାରି ନିଶା ଛାଡ଼ିବାକୁ ସ୍ଥିର କରିଥିଲେ। ଏଥିନିମନ୍ତେ ସେ ନିଜ ସାଙ୍ଗ ମାନସଙ୍କ ଜରିଆରେ କିଛି ଦିନ କୋଳଥିଆସ୍ଥିତ ‘ନିଷ୍ଠା’ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଏହାପରେ ମାସେ କାଳ ତାଙ୍କ ସହ କେହି ସାକ୍ଷାତ ନ କରିବା  ନିଷ୍ଠାର ପରିଚାଳକ ଓ କର୍ମଚାରୀ କହିଥିଲେ।

ମାତ୍ର ଭର୍ତ୍ତି ହେବାର କିଛି ଦିନ ନ ବିତୁଣୁ ଗତକାଲି ଅପରାହ୍ନରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ରାଜୀବଙ୍କ ସାଙ୍ଗ ମାନସଙ୍କ ନିକଟକୁ ଫୋନ ଆସିଥିଲା।  ମାନସ ହସ୍ପିଟାଲରେ ପହଞ୍ଚି ରାଜୀବଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲେ। ରାଜୀବଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ଆଜି ଉତ୍ତେଜନା ଦେଖାଦେଇଥିବା ବେଳେ ପରିବାର ଓ ସ୍ଥାନୀୟ ଲୋକେ ଖଣ୍ଡଗିରି ଥାନା ଘେରାଉ କରିଥିଲେ । ଘଣ୍ଟାଏ  ଧରି ଉତ୍ତେଜନା ଲାଗି ରହିବା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କୁ ବୁଝାଇଥିଲା ପୁଲିସ୍‌  । ତେବେ ଏସଂପର୍କରେ ସଂପୃକ୍ତ ନିଶା ନିବାରଣ କେନ୍ଦ୍ରର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ପୁଲିସ୍‌ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ନିଶା ନିବାରଣ କେନ୍ଦ୍ରର ସିସିଟିଭି ହାର୍ଡ ଡିସ୍କକୁ ଜବତ କରିଛି।  ନିଶା ନିବାରଣ କେନ୍ଦ୍ରର ଅଧିକାରୀ କହିଛନ୍ତି ରାଜୀବଙ୍କୁ ମାରପିଟ୍ କରାଯାଇନାହିଁ  । ପୁଲିସର ତଦନ୍ତକୁ ଆମେ ସହଯୋଗ କରୁଛୁ ।

ରାଜୀବଙ୍କ ମା’ ଓ ଜେଜେମା’ ଶଯ୍ୟାଶାୟୀ ହୋଇଥିବା ବେଳେ ଘରର ଏକମାତ୍ର ପୁଅର ମୃତ୍ୟୁରେ ସେମାନେ ଭାଙ୍ଗି ପଡ଼ିଛନ୍ତି। ମୋତେ ଆଉ ମା’ କିଏ ଡାକିବ ବୋଲି ବାହୁନି ବାହୁନି କାନ୍ଦୁଛନ୍ତି।  ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ଘର ପୁରୁଷ ଶୂନ୍ୟ ହୋଇପଡ଼ିଛି। ପରିବାରରେ ଆଉ କେହି ନ ଥିବାରୁ ରାଜୀବଙ୍କୁ କିଏ ମୁଖାଗ୍ନି ଦେବ ତାହା ପ୍ରଶ୍ନବାଚୀ ଭାବେ ଉଭା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos