ଏମିତି ବି ଆସେ ମୃତ୍ୟୁ: ସାବିତ୍ରୀକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ସତ୍ୟବାନ
ସମ୍ବଲପୁର: ସାବିତ୍ରୀ ବ୍ରତ ପାଳନ କରି ଚାରିଆଡ଼େ ସ୍ୱାମୀଙ୍କ ଶୁଭ କାମନା କରୁଛନ୍ତି ପତ୍ନୀ। ଉପବାସ ଏବଂ ବ୍ରତ ଧାରଣ କରି ସାବିତ୍ରୀଙ୍କ ତ୍ୟାଗ ଏବଂ ସଂଘର୍ଷର ଗାଥାକୁ ସ୍ମରଣ କରୁଛନ୍ତି। ହେଲେ ସମ୍ବଲପୁରରେ କିନ୍ତୁ ସତ୍ୟବାନ ରୂପୀ ସ୍ୱାମୀ ଚାଲିଯାଇଛନ୍ତି ଆରପାରିକୁ। ପତ୍ନୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ନିଜେ ପାଲଟି ଯାଇଛନ୍ତି ଶବ। ସମ୍ବଲପୁର ସହରର କମିଶନର କଲୋନୀରେ ଘଟିଥିବା ଏହି ଦୁଃଖ ଦାୟକ ଘଟଣା ପୂରା ସହରକୁ ସ୍ତବ୍ଧ କରିଦେଇଛି।
ସ୍ତ୍ରୀ ଓ ସହାୟିକା ଛଟପଟ ହେଉଥିବା ଦେଖି ଉଭୟଙ୍କୁ ଉଦ୍ଧାର କରିବାକୁ ସ୍ୱାମୀ ବୃନ୍ଦାବନ ପଧାନ ଚେଷ୍ଟା କରିଥିଲେ। ଶେଷରେ ସେ ମଧ୍ୟ ବଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ସହାୟିକା ଏବଂ ତାଙ୍କ ପତ୍ନୀ ସିନା ବର୍ତ୍ତିଗଲେ, ହେଲେ ଆଖି ବୁଜିଦେଲେ ସ୍ୱାମୀ ବୃନ୍ଦାବନ।
ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ବୃନ୍ଦାବନଙ୍କ ପତ୍ନୀ ସରୋଜିନୀ ଏବଂ ଘରୋଇ ସହାୟିକାଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଥିବା ବେଳେ ପୋଲିସ ଘଟଣାର ଅନୁଧ୍ୟାନ କରୁଛି। ସାବିତ୍ରୀ ଓଷା ଭଳି ଦିନରେ ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Ordigital Desk
• Published: Tuesday, 15 May 2018
• Updated: 15 May 2018, 10:18 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos