କାଳବୈଶାଖୀ ନେଇ ଗଲା ଜୀବନ; କାର୍ ପାର୍କିଂ କରୁଥିବା ବେଳେ ପଡ଼ିଗଲା ଗଛ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଘରେ ପହଞ୍ଚି ସାରିଥିଲେ। କାର୍‌ରୁ ଓହ୍ଲାଇ ପତ୍ନୀ ଓ ଝିଅ ଘରକୁ ଯାଇ ସାରିଥିଲେ। ସେ କାର୍ ପାର୍କିଂ କରୁଥିଲେ। ଆଉ ସେତିକି ବେଳେ ମୃତ୍ୟୁ ଯେମିତି ତାଙ୍କୁ ଅପେକ୍ଷା କରି ରହିଥିଲା। କାର୍ ରଖୁଥିବା ବେଳେ ପଡ଼ିଗଲା ଗଛ। ଆଉ ତାଙ୍କର ଜୀବନ ଚାଲିଗଲା। ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ହାତୀବାରିରେ କାଳବୈଶାଖୀ ଏମିତି ଭାବେ ନେଇଯାଇଛି ଏକ ଜୀବନ। ମୃତ ବ୍ୟକ୍ତିଙ୍କ ନାଁ ସୁରେନ୍ଦ୍ର ଶୂନ୍ୟନି। ସେ […]

deadbody

Rakesh Mallick
  • Published: Sunday, 29 April 2018
  • , Updated: 29 April 2018, 09:17 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଘରେ ପହଞ୍ଚି ସାରିଥିଲେ। କାର୍‌ରୁ ଓହ୍ଲାଇ ପତ୍ନୀ ଓ ଝିଅ ଘରକୁ ଯାଇ ସାରିଥିଲେ। ସେ କାର୍ ପାର୍କିଂ କରୁଥିଲେ। ଆଉ ସେତିକି ବେଳେ ମୃତ୍ୟୁ ଯେମିତି ତାଙ୍କୁ ଅପେକ୍ଷା କରି ରହିଥିଲା। କାର୍ ରଖୁଥିବା ବେଳେ ପଡ଼ିଗଲା ଗଛ। ଆଉ ତାଙ୍କର ଜୀବନ ଚାଲିଗଲା। ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ହାତୀବାରିରେ କାଳବୈଶାଖୀ ଏମିତି ଭାବେ ନେଇଯାଇଛି ଏକ ଜୀବନ।

ମୃତ ବ୍ୟକ୍ତିଙ୍କ ନାଁ ସୁରେନ୍ଦ୍ର ଶୂନ୍ୟନି। ସେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ସୁନ୍ଦରଗଡ଼ରୁ ଫେରି ହାତୀବାରି ଫରେଷ୍ଟ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ଘର ପାଖରେ କାର ପାର୍କିଂ କରୁଥିବା ବେଳେ ଏକ ଗଛ ଭାଙ୍ଗି ଯାଇ ତାଙ୍କ ଉପରେ ପଡ଼ିଯାଇଥିଲା। କାର୍‌ରେ ଚାପି ହୋଇ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ବନବିଭାଗ କର୍ମଚାରୀମାନେ କାର୍‌କୁ କଟର ସାହାଯ୍ୟରେ କାଟି ମୃତ ସୁରେନ୍ଦ୍ରଙ୍କୁ ବାହାର କରିଥିଲେ।

Related story