୩୩ କେବି ବିଦ୍ୟୁତ୍ ତାର ନେଲା ଜୀବନ

ନୀଳଗିରି(ବିଶମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ  ପୋଡ଼ାଶୂଳ ଅଞ୍ଚଳରେ  ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦୟାନିଧି ଶତପଥୀ(୬୫)। ସୂଚନାଅନୁସାରେ, ଆଜି ସକାଳେ ଦୟାନିଧି ତାଙ୍କ ଘର ବାରିପଟେ କଦଳୀ ଗଛ ପୋତୁଥିଲେ। ଏହି ସମୟରେ ତାଙ୍କ ବାଡ଼ି ଭିତର ଦେଇ ଯାଇଥିବା  ଏକ ୩୩ କେବି ବିଦ୍ୟୁତ୍ ତାର ସଂସ୍ପର୍ଶରେ  ଆସିଥିଲେ।  ସେଠାରେ ହିଁ ସେ ଟଳି ପଡ଼ିଥିଲେ। ଏହାପରେ ଗାଁ ଲୋକେ ତାଙ୍କୁ  ସଙ୍ଗେସଙ୍ଗେ ନୀଳଗିରି ଡାକ୍ତରଖାନାରେ […]

current

Jyoshna Pradhan
  • Published: Thursday, 31 October 2019
  • , Updated: 31 October 2019, 01:51 PM IST

ନୀଳଗିରି(ବିଶମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ  ପୋଡ଼ାଶୂଳ ଅଞ୍ଚଳରେ  ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦୟାନିଧି ଶତପଥୀ(୬୫)।

ସୂଚନାଅନୁସାରେ, ଆଜି ସକାଳେ ଦୟାନିଧି ତାଙ୍କ ଘର ବାରିପଟେ କଦଳୀ ଗଛ ପୋତୁଥିଲେ। ଏହି ସମୟରେ ତାଙ୍କ ବାଡ଼ି ଭିତର ଦେଇ ଯାଇଥିବା  ଏକ ୩୩ କେବି ବିଦ୍ୟୁତ୍ ତାର ସଂସ୍ପର୍ଶରେ  ଆସିଥିଲେ।  ସେଠାରେ ହିଁ ସେ ଟଳି ପଡ଼ିଥିଲେ। ଏହାପରେ ଗାଁ ଲୋକେ ତାଙ୍କୁ  ସଙ୍ଗେସଙ୍ଗେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ।

Related story