କାଠ ଆଣିବାକୁ ଯାଇଥିବା ବେଳେ…

Ordigital Desk
  • Published: Tuesday, 24 April 2018
  • , Updated: 24 April 2018, 01:33 PM IST
<p>ବାରିପଦା(ଓଡ଼ିଶା ରିପୋର୍ଟର): ବାରିପଦା ପୀଠାବଟା ରେଞ୍ଜ୍ ନୟାପୁରୁଷୋତ୍ତମପୁର ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ବିଶୁ ଦେହୁରୀ। ସେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ।&nbsp; ବନବିଭାଗ ଆସି ମୃତଦେହକୁ ଉଦ୍ଧାର କରିଥିଲା ଓ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।</p>

Related story