ଅଟୋକୁ ପିଟିଲା ବାଇକ୍‌

ବିନିକା (ଦିଲ୍ଲୀପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଗଧାଁପାଲି ଛକ ନିକଟରେ ଏକ  ବାଇକ୍‌ ଏକ ଅଟୋକୁ ପଛରୁ ଧକ୍କା ଦେବାରୁ  ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ କାହ୍ନା ବଗର୍ତ୍ତି। ଆହତ ଧୀର ବଗର୍ତ୍ତି ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତକାଲି କାହ୍ନା ଓ ଧୀର ବାଇକ୍‌ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।  ଉଭୟଙ୍କୁ ଗୁରୁତ ଅବସ୍ଥାରେ ଡୁଙ୍ଗୁରିପାଲି ଡାକ୍ତରଖାନାରେ […]

deadbody

Tapaswini Nayak
  • Published: Monday, 17 February 2020
  • , Updated: 17 February 2020, 01:35 PM IST

ବିନିକା (ଦିଲ୍ଲୀପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଗଧାଁପାଲି ଛକ ନିକଟରେ ଏକ  ବାଇକ୍‌ ଏକ ଅଟୋକୁ ପଛରୁ ଧକ୍କା ଦେବାରୁ  ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ କାହ୍ନା ବଗର୍ତ୍ତି। ଆହତ ଧୀର ବଗର୍ତ୍ତି ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗତକାଲି କାହ୍ନା ଓ ଧୀର ବାଇକ୍‌ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।  ଉଭୟଙ୍କୁ ଗୁରୁତ ଅବସ୍ଥାରେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ କାହ୍ନାଙ୍କର ମୃତ୍ୟୁ ଘଟିଥିଲା।

Related story