ଅସ୍ଥାୟୀ କୋଭିଡ୍ କେୟାର କେନ୍ଦ୍ରରେ ଚାଲିଗଲା ଜୀବନ, ଚିକିତ୍ସାରେ ଅବହେଳା ଅଭିଯୋଗ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନ୍ଏସି ନୋଡାଲ ଜିଟି ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟରରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ବେଲଗୁଣ୍ଠା ଧୋବା ସାହିରେ। ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ ବେଲଗୁଣ୍ଠା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ କିଛି ଔଷଧ ଦିଆଯାଇ ନଥିଲା। ଏହା ପରେ ଅଙ୍ଗନବାଡ଼ି କର୍ମୀଙ୍କ ସହ […]

covid-care-centre

Jitendra Garnayak
  • Published: Monday, 13 July 2020
  • , Updated: 13 July 2020, 01:35 PM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନ୍ଏସି ନୋଡାଲ ଜିଟି ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟରରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ବେଲଗୁଣ୍ଠା ଧୋବା ସାହିରେ। ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତକାଲି ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ ବେଲଗୁଣ୍ଠା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ କିଛି ଔଷଧ ଦିଆଯାଇ ନଥିଲା। ଏହା ପରେ ଅଙ୍ଗନବାଡ଼ି କର୍ମୀଙ୍କ ସହ ଯୋଗାଯୋଗ କରି ତାଙ୍କୁ ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିବା ପରେ ପ୍ରଶାସନ ପକ୍ଷରୁ ଖୋଳତାଡ଼ ଜାରି ରହିଛି।

Related story