ଅଜିତ ବଞ୍ଚିଗଲେ, ମୁନା ଭାସିଗଲେ

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ବିରୁପା ନଦୀ ବ୍ୟାରେଜ ନିକଟରେ ଆଜି ଜଣେ ଯୁବକ ଭାସି ଯାଇଥିବା ବେଳେ ଆଉ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ହୋଇଯାଇଥିବା ଯୁବକଙ୍କ ନାଁ ମୁନା ନାଏକ। ସେହିଭଳି ଉଦ୍ଧାର ପାଇଥିବା ଯୁବକଙ୍କ ନାଁ ଅଜିତ ସାହୁ। ନିଖୋଜ ମୁନାଙ୍କ ଘର ଚୌଦ୍ୱାରର ହେଙ୍ଗୁଲେଇ ସାହିରେ। ସୂଚନା ଅନୁଯାୟୀ, ମୁନା ଓ ଅଜିତ୍ ଗାଧୋଉ ଥିବା ବେଳେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଅଜିତଙ୍କୁ ଉଦ୍ଧାର କରିଥିଲେ। […]

7777000

Tapaswini Nayak
  • Published: Saturday, 12 October 2019
  • , Updated: 12 October 2019, 04:11 PM IST

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ବିରୁପା ନଦୀ ବ୍ୟାରେଜ ନିକଟରେ ଆଜି ଜଣେ ଯୁବକ ଭାସି ଯାଇଥିବା ବେଳେ ଆଉ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ହୋଇଯାଇଥିବା ଯୁବକଙ୍କ ନାଁ ମୁନା ନାଏକ। ସେହିଭଳି ଉଦ୍ଧାର ପାଇଥିବା ଯୁବକଙ୍କ ନାଁ ଅଜିତ ସାହୁ। ନିଖୋଜ ମୁନାଙ୍କ ଘର ଚୌଦ୍ୱାରର ହେଙ୍ଗୁଲେଇ ସାହିରେ।

ସୂଚନା ଅନୁଯାୟୀ, ମୁନା ଓ ଅଜିତ୍ ଗାଧୋଉ ଥିବା ବେଳେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଅଜିତଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ମୁନା ନିଖୋଜ ହୋଇଯାଇଥିଲେ। ଚୌଦ୍ୱାର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଖୋଜାଖୋଜି କରୁଛନ୍ତି। ଜଗତପୁର ପୁଲିସ୍‌ ମଧ୍ୟ ଘଟଣାର ତଦନ୍ତ କରୁଛି।

Related story