ଅନୁଗୋଳ(ବିରଜା ପ୍ରସାଦ ଦାସ): କୂଅରେ ପଡ଼ି ଯାଇଥିବା ଏକ ୩ ବର୍ଷ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ଜଣେ ଯୁବକ। ଏପରି ଅଘଟଣ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଘଟିଛି।
ସୂଚନା ଅନୁସାରେ, ଆଜି ଗାଁ ମୁଣ୍ଡରେ ଥିବା ପୁରିହାପାଟ ଦେବୀ ମନ୍ଦିର ନିକଟସ୍ଥ ଶିବ ପଧାନ ନାମକ ବ୍ୟକ୍ତିଙ୍କ ୩ ବର୍ଷର ଶିଶୁ ଖେଳୁଥିଲା। ମାତ୍ର ଅସାବଧାନତା ହେତୁ ଶିଶୁଟି ନିକଟରେ ଥିବା ଏକ କୂଅକୁ ଖସି ପଡିଥିଲା ।
ଶିଶୁଟି ଖସି ପଡିବା ଦେଖି ପାଖରେ ପାଖରେ କାମ କରୁଥିବା ପ୍ରଦୀପ ପଧାନ , ଶୁକ୍ରୁ ପଧାନ ଓ ଦୀପ ଦେହୁରୀ ନାମକ ତିନି ଯୁବକ ସଙ୍ଗେ ସଙ୍ଗେ କୂଅ ଭିତରେ ପଶିଥିଲେ। ଶିଶୁକୁ ସୁରକ୍ଷିତ ଉଦ୍ଧାର କରି ଶୁକ୍ରୁ ଓ ଦୀପ ବାହାରକୁ ଆସିଥିବା ବେଳେ ପ୍ରଦୀପ କିନ୍ତୁ ଆଉ ବାହାରି ପାରିନଥିଲେ । ଶ୍ଵାସରୁଦ୍ଧ ହୋଇ କୂଅ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ କୁଅରୁ ଉଦ୍ଧାର କରିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳି ଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।