କୋର୍ଟ ପରିସରରୁ ଚମ୍ପଟ୍‌ ମାରିଲା ବିଚାରାଧୀନ କଏଦୀ; ୪ ହତ୍ୟାକାଣ୍ଡରେ ଅଭିଯୁକ୍ତ
ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅର୍ନ୍ତଗତ କୁଇକୀଳା ଡବଲ୍ ମର୍ଡର ଓ କୁକୁରପେଟା ମାଉସୀପୁତୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ  ଝସକେତନ ସାହୁ କୋର୍ଟ ପରିସରରୁ ଚମ୍ପଟ ମାରିଛି। ବିଚାରାଧୀନ କଏଦୀ ଥିବା ଝସକେତନକୁ ଆଜି ଅନୁଗୋଳ ଜିଲ୍ଲା କୋର୍ଟକୁ ଅଣାଯାଇଥିଲା। ତେବେ ପରିସ୍ରା କରିବା ବାହାନାରେ କରି ଝସକେତନ କୋର୍ଟରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ମୃତକଙ୍କ ପରିବାର ଲୋକେ ଭୟଭୀତ ଅଛନ୍ତି।  ପୋଲିସ ଝସକେତନକୁ ଧରିବାକୁ ଉଦ୍ୟମ କରୁଛି।
ସୂଚନାଯୋଗ୍ୟ, କୁଶକିଳା ଗାଁର ଯୋଗେଶ୍ୱର ସାହୁ ଓ ହିରଣାକ୍ଷ୍ୟ ସାହୁ ନିଖୋଜ ପଛରେ ସେହି ଗାଁର ଝସକେତନର ହାତ ଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ଝସକେତନକୁ ଗିରଫ କରିବା ସହ ଗାଁ ସ୍କୁଲ ପଛପଟୁ ୧୫ରୁ ୧୬ ଫୁଟ୍ ମାଟିତଳୁ ଯୋଗେଶ୍ୱର ଓ ହିରଣାକ୍ଷ୍ୟଙ୍କ ମୃତଦେହ ଉଦ୍ଧାର କରିଥିଲା। ଝସକେତନକୁ ପଚରାଉଚରା ବେଳେ ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୁରପେଟା ଅଞ୍ଚଳରେ ଅବଳା ଗଡ଼ନାୟକ ନାମକ ଜଣେ ମହିଳା ଓ ତାଙ୍କ ପୁତୁରା କୁମୁଦ ସାହୁଙ୍କୁ ମଧ୍ୟ ସେ ହତ୍ୟା କରି ସମାନ ଢଙ୍ଗରେ ମାଟି ତଳେ ପୋତି ଦେଇଥିବା ସ୍ୱୀକାର କରିଥିଲା। ଫେବୃୟାରୀ ୧୫ ତାରିଖରେ ପୋଲିସ ଉକ୍ତ ସ୍କୁଲ ପରିସରରୁ ଅବଳା ଓ କୁମୁଦଙ୍କ କଙ୍କାଳ ଉଦ୍ଧାର କରିଥିଲା।
Ordigital Desk
• Published: Friday, 18 May 2018
• Updated: 18 May 2018, 02:42 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos