ମାଛ ଆଶାରେ ଯାଇଥିଲେ, କିନ୍ତୁ ଘରକୁ ଫେରିଲା ତାଙ୍କ ମୃତଦେହ

ତେଲକୋଇ (ଚିନ୍ମୟ କୁମାର ସାହୁ): ମାଛ ଆଶାରେ ଜମିକୁ ଯାଇଥିଲେ। କିନ୍ତୁ ଘରକୁ ଫେରିଲା ତାଙ୍କ ମୃତଦେହ। ଏମିତି ଏକ ଦୁଃଖଦ ଘଟଣା ଆଜି ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଞ୍ଝବାହାଳ ପଞ୍ଚାୟତ ଅନ୍ତର୍ଗତ କଣ୍ଟାବାହାଳ ଗାଁରେ। ମୃତ ଯୁବକଙ୍କ ନାଁ ପ୍ରମୋଦ ମହାକୁଡ଼। ସେ ଜଣେ ଚାଷୀ ଥିଲେ। ଗତକାଲି ରାତି ଲଗାଣ ବର୍ଷା ହୋଇଥିଲା। ତେଣୁ ଚାଷ ଜମିରେ ବିଛା ଯାଇଥିବା ଜାଲରେ ଭଲ ମାଛ ପଡ଼ିଥିବା ଆଶାରେ ପ୍ରମୋଦ ଆଜି ଭୋରରେ […]

Police Station

Police Station

Jitendra Garnayak
  • Published: Tuesday, 14 September 2021
  • Updated: 14 September 2021, 04:24 PM IST

Sports

Latest News

ତେଲକୋଇ (ଚିନ୍ମୟ କୁମାର ସାହୁ): ମାଛ ଆଶାରେ ଜମିକୁ ଯାଇଥିଲେ। କିନ୍ତୁ ଘରକୁ ଫେରିଲା ତାଙ୍କ ମୃତଦେହ। ଏମିତି ଏକ ଦୁଃଖଦ ଘଟଣା ଆଜି ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଞ୍ଝବାହାଳ ପଞ୍ଚାୟତ ଅନ୍ତର୍ଗତ କଣ୍ଟାବାହାଳ ଗାଁରେ।

ମୃତ ଯୁବକଙ୍କ ନାଁ ପ୍ରମୋଦ ମହାକୁଡ଼। ସେ ଜଣେ ଚାଷୀ ଥିଲେ।

ଗତକାଲି ରାତି ଲଗାଣ ବର୍ଷା ହୋଇଥିଲା। ତେଣୁ ଚାଷ ଜମିରେ ବିଛା ଯାଇଥିବା ଜାଲରେ ଭଲ ମାଛ ପଡ଼ିଥିବା ଆଶାରେ ପ୍ରମୋଦ ଆଜି ଭୋରରେ ସେଠାକୁ ଯାଇଥିଲେ। ହେଲେ ସକାଳେ ଜାଲ ପାଖରେ ପାଣି ଭିତରେ ତାଙ୍କ ମୃତଦେହ ପଡ଼ିଥିବା ଗାଁର କିଛି ଲୋକ ଦେଖିଥିଲେ।

ଗାଁ ଲୋକେ ଏନେଇ ପ୍ରମୋଦଙ୍କ ପରିବାର ଲୋକଙ୍କୁ ଖବର ଦେବା ସହିତ ପୁଲିସ୍‌କୁ ଜଣାଇଥିଲେ। ପ୍ରମୋଦଙ୍କ ମୃତ୍ୟୁ କେମିତି ହେଲା ତାହା ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ତେବେ ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିଥିବା ବେଳେ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos