ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବଜାରର ଏକ ଦୋକାନ ସମ୍ମୁଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁମନ୍ତ କୁମାର ବିନ୍ଧାଣୀ। ତାଙ୍କ ଘର ନୀଳଗିରିର କାହାଳିଆ ଅଞ୍ଚଳରେ। ଦୀର୍ଘଦିନ ହେବେ ସୁମନ୍ତ ବାହାନଗା ବଜାରରେ ଥିବା ଏକ ସାଇକେଲ୍‌ ଦୋକାନରେ କାମ କରୁଥିଲେ। ଏଥିସହ ସେ ସେଠାରେ ଘର ଭଡ଼ା ନେଇ ରହୁଥିଲେ। ହେଲେ ଗତକାଲି ରାତିରେ ଦୋକାନ ଆଗରେ ଥିବା ଲୁହା ରେଲିଂରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର […]

deadbody

Jyoshna Pradhan
  • Published: Saturday, 11 May 2019
  • , Updated: 11 May 2019, 10:36 AM IST

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବଜାରର ଏକ ଦୋକାନ ସମ୍ମୁଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁମନ୍ତ କୁମାର ବିନ୍ଧାଣୀ। ତାଙ୍କ ଘର ନୀଳଗିରିର କାହାଳିଆ ଅଞ୍ଚଳରେ।

ଦୀର୍ଘଦିନ ହେବେ ସୁମନ୍ତ ବାହାନଗା ବଜାରରେ ଥିବା ଏକ ସାଇକେଲ୍‌ ଦୋକାନରେ କାମ କରୁଥିଲେ। ଏଥିସହ ସେ ସେଠାରେ ଘର ଭଡ଼ା ନେଇ ରହୁଥିଲେ। ହେଲେ ଗତକାଲି ରାତିରେ ଦୋକାନ ଆଗରେ ଥିବା ଲୁହା ରେଲିଂରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରି ଟାଙ୍ଗି ଦିଆଯାଇଥିଲା, ତାହା ଜଣାପଡ଼ି ନାହିଁ। ମୃତଦେହରେ ଆଞ୍ଚୁଡ଼ା ଦାଗ ରହିଛି।

ପୁଲିସ୍‌ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ କରୁଛି।

Related story