ନାବାଳିକା ଦୁର୍ଷ୍କମକାରୀକୁ ୧୦ ବର୍ଷ ଜେଲ, ଜରିମାନା

କଟକ(ଓଡ଼ିଶା ରିପୋର୍ଟର): ନାବାଳିକା ଦୁର୍ଷ୍କମକାରୀକୁ ୧୦ ବର୍ଷ ଜେଲ ଦଣ୍ଡ। କାରା ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ। ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଶୁଣାଇଛନ୍ତି। ଗତ ୨୦୧୭ ମସିହା ଏପ୍ରିଲ ୧୧ ତାରିଖରେ ମାହାଙ୍ଗା ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଏତଲା ହୋଇଥିଲା। ଗାଁରେ ଭାଗବତ ମେଳା ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳର ପ୍ରମୋଦ ବାରିକ ନାବାଳିକାକୁ ଏକ ନିଚ୍ଛାଟିଆ ସ୍ଥାନକୁ […]

rape

rape

Manoranjan Sial
  • Published: Tuesday, 31 August 2021
  • Updated: 31 August 2021, 08:35 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ନାବାଳିକା ଦୁର୍ଷ୍କମକାରୀକୁ ୧୦ ବର୍ଷ ଜେଲ ଦଣ୍ଡ। କାରା ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ। ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଶୁଣାଇଛନ୍ତି।

ଗତ ୨୦୧୭ ମସିହା ଏପ୍ରିଲ ୧୧ ତାରିଖରେ ମାହାଙ୍ଗା ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଏତଲା ହୋଇଥିଲା। ଗାଁରେ ଭାଗବତ ମେଳା ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳର ପ୍ରମୋଦ ବାରିକ ନାବାଳିକାକୁ ଏକ ନିଚ୍ଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ଘଟଣାର ପର ଦିନ ନାବାଳିକାଠାରୁ ସବୁ ଶୁଣିବା ପରେ ପରିବାର ଲୋକେ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରମୋଦକୁ ଆଇପିସିର ଧାରା ୩୭୬ , ୫୦୬ ଓ ପକ୍ସୋ ଆଇନର ଧାରା ୬ରେ ଗିରଫ କରି କୋର୍ଟ ଚାଳନ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ଶୁଣାଣି କରି ମୋଟ୍‌ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ୧୨ଟି ଗୁରୁତ୍ୱପୂର୍ଣ୍ଣ ଦଲିଲକୁ ତର୍ଜମା କରି କଟକ ପକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଆଇପିସିର ଧାରା ୩୭୬ ସହିତ ପକ୍ସୋ ଆଇନର ଧାରା ୬ରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମାନା ଦେବା ସହ ଆଇପିସିର ଧାରା ୫୦୬ରେ ଆଉ ଏକ ବର୍ଷ ଶଶ୍ରମ କାରାଦାଣ୍ଡ ଶୁଣାଇଛନ୍ତି। ସମସ୍ତ ଦଣ୍ଡାଦେଶ ଏକ ସାଙ୍ଗେ ଚାଲିଥିବାରୁ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos