ମାଲକାନଗିରି(ଓଡ଼ିଶା ରିପୋର୍ଟର): ନାଗ ସାପ ସହିତ ଗେଲ ହେଲେ, ସେଲ୍ଫି ବି ନେଲେ। ସେଲ୍ଫି ନେବା ବେଳେ ଚୋଟ ମାରିଲା ନାଗ। ଚୋଟ ଖାଇ ଯୁବକଙ୍କ ମୃତ୍ୟୁ ହୋଇଛି। ଆଜି ଏହି ମର୍ମନ୍ତୁଦ ଅଘଟଣ ଘଟିଛି ମାଲକାନଗିରି ଥାନା ଗଙ୍ଗଲା ଗାଁରେ। ମୃତକ ଜଣକ ଏହି ଗାଁର ଅଜୟ ପାଟଲା।
ସୂଚନା ମୁତାବକ, ଏହି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଏକ ବିଷଧର ସାପ ପଶି ଯାଇଥିଲା। ଖବର ପାଇ ସହାୟତା କରିବାକୁ ଅଜୟ ପହଞ୍ଚି ଯାଇଥିଲେ। ସେ ଏହି ଘରୁ ନାଗ ସାପକୁ ଉଦ୍ଧାର କରିଥିଲେ। ହେଲେ କିଛି ସମୟ ସାପକୁ ଖେଳାଇବା ପରେ ସେଲ୍ଫି ନେଉଥିବା ବେଳେ ଅଜୟଙ୍କୁ ଚୋଟ ମାରିଥିଲା ନାଗ।
ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ମେଡିକାଲ ନ ନେଇ ଗୁଣିଆ ନିକଟରେ ଝଡ଼ାଫୁଙ୍କା କରାଇଥିଲେ। ଫଳରେ କିଛି ସମୟ ପରେ ଅଜୟଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ସ୍ଥାନୀୟ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
ଆହୁରି ୨୪ ଘଣ୍ଟା ବର୍ଷିବ
ଆଜି ସକାଳେ ଟ୍ୱିନ୍ ସିଟି ସମେତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି।
Miscellaneous
ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପରଲୋକ
କଳାହାଣ୍ଡି ଜିଲ୍ଲାର ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି ।
Miscellaneous
ଭରତପୁର ଥାନା ପ୍ରସଙ୍ଗ: ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ସାରିବାକୁ ନିର୍ଦ୍ଦେଶ
ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇ ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
Crime
ଦୋକାନ ଖୋଲି ପାଣି ପାଇଁ ଯାଇଥିଲେ; ଲୁଟିନେଲେ ସୁନା ଅଳଙ୍କାର
ଆଜି ସକାଳେ ସୁନା ଦୋକାନୀ ଜଣଙ୍କ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିଲେ।
Crime
ସାଙ୍ଗ ଦେଲା ବିଶ୍ୱାସରେ ବିଷ, ରାତି ଅଧରେ ମୁଣ୍ଡକୁ ଛେଚିଦେଲା
ସାଙ୍ଗ ଦେଲା ବିଶ୍ୱାସରେ ବିଷ। ରାତି ଅଧରେ ଘଟାଇଲା ନାରକୀୟ କାଣ୍ଡ। ସାଜିଲା ଘାତକ, ନେଇଗଲା ଜୀବନ ।