ସାଙ୍ଗ ସହ ଗାଧୋଉଥିଲେ, ଯୁବକଙ୍କୁ ଭିଡ଼ିନେଇଗଲା ସମୁଦ୍ର

ପୁରୀ(ମଧୁସୂଦନ ମିଶ୍ର): ସାଙ୍ଗ ସହ ବେଶ ଖୁସିମଜା କରି ସମୁଦ୍ରରେ ସ୍ନାନ କରୁଥିଲେ। ହେଲେ ସତର୍କ ନ ରହି କୂଳରୁ ଟିକିଏ ଗଭୀର ପାଣିକୁ ଚାଲିଯାଇଥିଲେ। ଠିକ୍ ଏହି ସମୟରେ ବିଶାଳ ଜୁଆର ତାଙ୍କୁ ଧକ୍କା ଦେଇଥିଲା ଏବଂ ଭିତରକୁ ଭିଡ଼ି ନେଇଥିଲା। ସେ ଅତଳ ଜଳରାଶିରେ ନିଖୋଜ ହୋଇଯାଇଥିଲେ। ଆଜି ପୁରୀ ଦିଗବାରିଣୀ ଛକ ନିକଟ ସମୁଦ୍ରରେ ଘଟିଛି ଏହି ଘଟଣା। ନିଖୋଜ ଯୁବକ ଜଣକ ପଶ୍ଚିମବଙ୍ଗର ରବି ସିଂ। ସେପଟେ ବୁଡ଼ି ଯାଉଥିବା ବେଳେ […]

rescue--

rescue--

Niranjan Mishra
  • Published: Monday, 15 August 2022
  • Updated: 15 August 2022, 09:01 PM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ସାଙ୍ଗ ସହ ବେଶ ଖୁସିମଜା କରି ସମୁଦ୍ରରେ ସ୍ନାନ କରୁଥିଲେ। ହେଲେ ସତର୍କ ନ ରହି କୂଳରୁ ଟିକିଏ ଗଭୀର ପାଣିକୁ ଚାଲିଯାଇଥିଲେ। ଠିକ୍ ଏହି ସମୟରେ ବିଶାଳ ଜୁଆର ତାଙ୍କୁ ଧକ୍କା ଦେଇଥିଲା ଏବଂ ଭିତରକୁ ଭିଡ଼ି ନେଇଥିଲା। ସେ ଅତଳ ଜଳରାଶିରେ ନିଖୋଜ ହୋଇଯାଇଥିଲେ। ଆଜି ପୁରୀ ଦିଗବାରିଣୀ ଛକ ନିକଟ ସମୁଦ୍ରରେ ଘଟିଛି ଏହି ଘଟଣା। ନିଖୋଜ ଯୁବକ ଜଣକ ପଶ୍ଚିମବଙ୍ଗର ରବି ସିଂ। ସେପଟେ ବୁଡ଼ି ଯାଉଥିବା ବେଳେ ତାଙ୍କ ସାଙ୍ଗକୁ ଲାଇଫ୍ ଗାର୍ଡମାନେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

ଉଦ୍ଧାର ଯୁବକ ଜଣକ ବିହାରର ସାଗର କୁମାର ଚୌଧୁରୀ। ଦୁହେଁ ଅନ୍ୟ ତିନିଜଣଙ୍କ ସହ ମିଶି ପୁରୀ ବୁଲିବାକୁ ଆସିଥିଲେ। ବିଭିନ୍ନ ସ୍ଥାନ ବୁଲିବା ପରେ ଦିଗବାରିଣୀ ଛକ ନିକଟ ଏକ ହୋଟେଲରେ ରହିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ହୋଟେଲରେ ବିଶ୍ରାମ କରିଥିବା ବେଳେ ଅନ୍ୟ ୩ ଜଣ ସମୁଦ୍ର ସ୍ନାନ ନିମନ୍ତେ ବାହାରି ଆସିଥିଲେ। ତେବେ ଏହି ତିନି ଜଣଙ୍କ ଭିତରୁ ୨ ଜଣ ସମୁଦ୍ରରେ ଗାଧୋଇଥିଲେ। ଅନ୍ୟଜଣେ ସମୁଦ୍ରବାଲିରେ ବସି ମହୋଦଧି ଦୃଶ୍ୟର ଆନନ୍ଦ ନେଉଥିଲେ। ଉକ୍ତ ୨ ଜଣ ସମୁଦ୍ର ସ୍ନାନ କରୁଥିବା ବେଳେ ଏକ ବିରାଟ ଜୁଆର ତାଙ୍କୁ ଭିତରକୁ ଭିଡ଼ି ନେଇଥିଲା। ତେବେ ଦୁର୍ଭାଗ୍ୟକୁ ଜଣେ ଅଥଳ ଜଳରାଶିରେ ନିଖୋଜ ହୋଇଯାଇଛନ୍ତି। ଅନ୍ୟଜଣଙ୍କୁ ଉଦ୍ଧାର କରାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ଜୁଆର ରିପ୍ କରେଣ୍ଟ ତାଙ୍କୁ ଭିତରକୁ ଭିଡ଼ି ନେଇଥିବା ଲାଇଫ୍ ଗାର୍ଡମାନେ କହିଛନ୍ତି।

ଦୀର୍ଘ ସମୟ ଖୋଜାଖୋଜି ସତ୍ତ୍ୱେ ଲାଇଫ୍ ଗାର୍ଡମାନେ ତାଙ୍କ ପତା ପାଇ ନ ଥିଲେ। ପରେ ଏନେଇ ପୁଲିସକୁ ସୂଚନା ଦିଆଯାଇଛି। ପୁଲିସ ପକ୍ଷରୁ ନିଖୋଜ ଯୁବକଙ୍କ ପରିବାର ସହ ଯୋଗାଯୋଗ କରାଯାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos