ରାଜଧାନୀରେ ମିଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଦ୍ୱି’ପହରରେ ରାଜଧାନୀ ଭୁବନେଶ୍ୱରରେ ଜଣେ ମିଠା ଦୋକାନୀକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାତ୍ୟା କରାଯାଇଛି। ବ୍ୟାବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ, ସାମନ୍ତରାପୁରରେ ଦିଲୁ ଏକ ମିଠା ଦୋକାନ କରିଥିଲେ। ତାଙ୍କ ପାଖରେ ଜମ୍ୱୁ କାମ କରୁଥିଲେ। କିଛି ଦିନ ତଳେ ଦିଲୁଙ୍କ ଦୋକାନ ଛାଡ଼ି ଜମ୍ବୁ ନିଜେ ଏକ ମିଠା ଦୋକାନ […]

bbsr

bbsr

Manoranjan Sial
  • Published: Sunday, 04 October 2020
  • Updated: 04 October 2020, 04:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଦ୍ୱି’ପହରରେ ରାଜଧାନୀ ଭୁବନେଶ୍ୱରରେ ଜଣେ ମିଠା ଦୋକାନୀକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାତ୍ୟା କରାଯାଇଛି। ବ୍ୟାବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରୁ ପ୍ରକାଶ, ସାମନ୍ତରାପୁରରେ ଦିଲୁ ଏକ ମିଠା ଦୋକାନ କରିଥିଲେ। ତାଙ୍କ ପାଖରେ ଜମ୍ୱୁ କାମ କରୁଥିଲେ। କିଛି ଦିନ ତଳେ ଦିଲୁଙ୍କ ଦୋକାନ ଛାଡ଼ି ଜମ୍ବୁ ନିଜେ ଏକ ମିଠା ଦୋକାନ କରିଥିଲେ। ଯାହାଫଳରେ ଦିଲୁଙ୍କ ବେପାର ମାନ୍ଦା ହୋଇଥିଲା। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଦିଲୁ ଫାର୍ସାରେ ଜମ୍ୱୁକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲା।

ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ୱର-ପୁରୀ ରାସ୍ତା ଅବରୋଧ କରିଥିଲେ। ଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ହତ୍ୟାକାଣ୍ଡ ପରେ ଦିଲୁ ଫେରାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos