ଦାଢ଼ି ଓ ଜଟ ପରୀକ୍ଷା କରିବାରୁ ବଢ଼ିଲା ସସ୍‌ପେନ୍ସ

ଯାଜପୁର(ଅଭୟ ପତି): ପ୍ରେମର ନିଶା ଅଜବ୍ । ପ୍ରେମ ପାଇଁ ପ୍ରେମିକ କିଛି ବି କରିପାରେ । ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ପ୍ରେମିକ ହେଲେ ହଟହଟା । ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀ ନିକଟରେ ଘଟିଛି ଏଭଳି ଏକ ଅଦ୍ଭୁତ ଘଟଣା । ଯୁବକଙ୍କୁ ପିଲା ଚୋର ସନ୍ଦେହରେ କାବୁ କରି ପୁଳିସର ଜିମା ଦେଲେ ସ୍ଥାନୀୟ ଲୋକ । ଯୁବକ ଏବେ ଥାନାରେ ଅଟକ ଥିବା ଜଣାପଡିଛି । ପୁଲିସ […]

7bn

7bn

Tapas Behera
  • Published: Saturday, 30 January 2021
  • Updated: 30 January 2021, 07:08 PM IST

Sports

Latest News

ଯାଜପୁର(ଅଭୟ ପତି): ପ୍ରେମର ନିଶା ଅଜବ୍ । ପ୍ରେମ ପାଇଁ ପ୍ରେମିକ କିଛି ବି କରିପାରେ । ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ପ୍ରେମିକ ହେଲେ ହଟହଟା । ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀ ନିକଟରେ ଘଟିଛି ଏଭଳି ଏକ ଅଦ୍ଭୁତ ଘଟଣା । ଯୁବକଙ୍କୁ ପିଲା ଚୋର ସନ୍ଦେହରେ କାବୁ କରି ପୁଳିସର ଜିମା ଦେଲେ ସ୍ଥାନୀୟ ଲୋକ । ଯୁବକ ଏବେ ଥାନାରେ ଅଟକ ଥିବା ଜଣାପଡିଛି । ପୁଲିସ ସୂଚନା ଅନୁଯାୟୀ, ଯୁବକ ଜଣକ ଅନୁଗୁଳ ଅଞ୍ଚଳର ଏବଂ ଯୁକ୍ତ ଦୁଇ କଲେଜ୍ ଛାତ୍ର ବୋଲି ଜଣାପଡିଛି । ହଠାତ ବାବା ବେଶରେ ଜଣେ  ଯୁବକଙ୍କୁ ଦେଖି ସ୍ଥାନୀୟ ଲୋକ ପିଲା ଚୋର ବୋଲି ସନ୍ଦେହ କରିଥିଲେ। ତାଙ୍କୁ ଅଟକାଇ ଦାଢି ଓ ଜଟ ପରୀକ୍ଷା କରିବାରୁ ତାହା ଉପୁଡି ଆସିଥିଲା । ଏହାପରେ ସ୍ଥାନୀୟ ଲୋକଙ୍କ ଭିତରେ ସନ୍ଦେହ ଅଧିକ ଘନିଭୂତ ହୋଇଥିଲା । ଯୁବକଙ୍କୁ କାବୁ କରି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲା । ଏହା ପୂର୍ବରୁ ମଧ୍ୟ ଯୁବକ ଜଣକ ଏ ଅଞ୍ଚଳକୁ ଅନ୍ୟ କୌଣସି ବେଶରେ ଆସିଥିବା ପ୍ରତ୍ୟକ୍ଷଦର୍ଶୀ ମହିଳା କହିଛନ୍ତି ।

ଏହି ଘଟଣା ଚାରିଆଡେ ପ୍ରଚାରିତ ହେବା ପରେ ଲୋକ ରୁଣ୍ଡ ହୋଇଯାଇଥିଲେ । ଚାରିଆଡେ ହୋଇଗଲା ହୋହଲ୍ଲା । ପିଲାଚୋର ପିଲାଚୋର ବୋଲି ହୁରି ପଡିଲା । ଲୋକେ ଭୟଭୀତ ହୋଇଗଲେ । ମାତ୍ର ପୁଲିସ ଯୁବକଙ୍କୁ ଥାନାକୁ ନେଇ ପଚରା ଉଚରା କରିବାକୁ ଘଟଣା ପଛରେ କାରଣ ଥିଲା ପ୍ରେମ । ପ୍ରେମିକ ପ୍ରେମିକାଙ୍କ ଏହି ପ୍ରେମକୁ ଅସ୍ୱୀକାର କରୁଥିଲେ ପରିବାର ଲୋକ । ଯାହାକୁ ନେଇ ପ୍ରେମିକାଙ୍କୁ ରାଜି କରାଇବାକୁ ପ୍ରେମିକ ଘରକୁ ବାବା ବେଶରେ ଆସିଥିଲେ ଯୁବକ । ପ୍ରେମିକା ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି । ସେପଟେ ଏ ନେଇ ପୁଲିସ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ୍ । ଯୁବକଙ୍କୁ ବାବା ବେଶରୁ ମୁକୁଳାଇ ଥାନାରେ ଅଟକ ରଖି ପୋଲିସ୍ ପଚରା ଉଚରା ଚଳାଇଛି । ଘଟଣାର ସତ୍ୟତା ଜାଣିବା ପାଇଁ ପୁଲିସ ଏ ସମ୍ପର୍କରେ ପ୍ରେମିକଙ୍କ ପରିବାର ଲୋକଙ୍କୁ ଜଣାଇଛି ।

ସେମାନେ ଆସି ପହଞ୍ଚିବା ପରେ ଏହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଯୁବକଙ୍କ ଘର ଅନୁଗୁଳ ଜିଲ୍ଲାରେ ବୋଲି ଜଣାପଡିଛି । ସେ ଭୁବନେଶ୍ୱରର କୌଣସି ଏକ କଲେଜରେ ଛାତ୍ର ବୋଲି ଜଣାପଡ଼ିଛି। ପୁଲିସ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos