ଟ୍ରକ୍‌ରୁ କୁକୁଡ଼ା ମଳ କାଢୁଥିଲେ, ୧୧ କେଭି ବିଦ୍ୟୁତ୍‌ ତାର ଲାଗିଗଲା

ବାଲେଶ୍ୱର(ରଣଜିତ ପାକଳ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗାଁରେ  ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅରବିନ୍ଦ ପରିଡ଼ା। ଆଜି ସକାଳେ ଅରବିନ୍ଦ ପାନ ବରଜ ପାଇଁ କୁକୁଡ଼ା ମଳ ଆସିଥିବା ଟ୍ରକ୍‌ରୁ ମଳ କାଢ଼ୁଥିଲେ। ଏହି ସମୟରେ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ସେ ଆସିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି […]

death

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 10:39 AM IST

ବାଲେଶ୍ୱର(ରଣଜିତ ପାକଳ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗାଁରେ  ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅରବିନ୍ଦ ପରିଡ଼ା।

ଆଜି ସକାଳେ ଅରବିନ୍ଦ ପାନ ବରଜ ପାଇଁ କୁକୁଡ଼ା ମଳ ଆସିଥିବା ଟ୍ରକ୍‌ରୁ ମଳ କାଢ଼ୁଥିଲେ। ଏହି ସମୟରେ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ସେ ଆସିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Related story