କୋଣାର୍କରେ ଅଘଟଣ, ମାର୍ବଲ ପଡ଼ି ଭାଙ୍ଗିଗଲା ଶ୍ରମିକଙ୍କ ଗୋଡ଼

Ordigital Desk
  • Published: Saturday, 05 May 2018
  • , Updated: 05 May 2018, 12:16 PM IST
<p>କୋଣାର୍କ( ସଞ୍ଜୟ ପତି): କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାମ କରୁଥିବା ବେଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଜୟଦୁର୍&zwnj; ଶେଖ୍। ତାଙ୍କ ଘର &nbsp;ପଶ୍ଚିମବଂଗରେ ବୋଲି ଜଣାପଡ଼ିଛି।</p> <p>ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ଆଜି ସକାଳେ ସୂର୍ଯ୍ୟମନ୍ଦିରର ଚତୁପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ କାମ ଚାଲୁଥିବା ବେଳେ ତାଙ୍କ ଉପରେ ମାର୍ବଲ ପଡ଼ି ଯାଇଥିଲା। &nbsp;ଫଳରେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଛି। ପ୍ରଥମେ ତାଙ୍କୁ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।</p>

Related story