ଝିଅର ପ୍ରେମିକକୁ ମାରି ଦେଲା ବାପା

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଆତ୍ମସମ୍ମାନ ପାଇଁ ଝିଅର ପ୍ରେମିକାକୁ ହତ୍ୟା କଲା ବାପା। ଝିଅକୁ ବି ଛାଡ଼ି ନାହାଁନ୍ତି। ଆକ୍ରମଣରେ ଝିଅ ଗୁରୁତର ହୋଇଛି।  ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଧରୁଅଡ଼ିହି ଥାନା ଅନ୍ତର୍ଗତ ବେଜିଡ଼ିହି ଗାଁରେ। ମୃତ ଯୁବକଙ୍କ ନାଁ ବଳରାମ ବୁଦୁଲା। ତାଙ୍କ ଘର ସମ୍ବଲପୁର ଜିଲ୍ଲାର ବାମରା ଅଞ୍ଚଳରେ। ସେ ବେଜିଡ଼ିହି ଗାଁର ମୋହନ କିଷାନଙ୍କ ଝିଅ ତପସ୍ୱିନୀଙ୍କୁ ଭଲ ପାଉଥିଲେ। ତପସ୍ୱିନୀ ବି ତାଙ୍କୁ ଭଲ […]

bbb

bbb

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 08:34 AM IST

Sports

Latest News

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଆତ୍ମସମ୍ମାନ ପାଇଁ ଝିଅର ପ୍ରେମିକାକୁ ହତ୍ୟା କଲା ବାପା। ଝିଅକୁ ବି ଛାଡ଼ି ନାହାଁନ୍ତି। ଆକ୍ରମଣରେ ଝିଅ ଗୁରୁତର ହୋଇଛି।  ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଧରୁଅଡ଼ିହି ଥାନା ଅନ୍ତର୍ଗତ ବେଜିଡ଼ିହି ଗାଁରେ।

ମୃତ ଯୁବକଙ୍କ ନାଁ ବଳରାମ ବୁଦୁଲା। ତାଙ୍କ ଘର ସମ୍ବଲପୁର ଜିଲ୍ଲାର ବାମରା ଅଞ୍ଚଳରେ। ସେ ବେଜିଡ଼ିହି ଗାଁର ମୋହନ କିଷାନଙ୍କ ଝିଅ ତପସ୍ୱିନୀଙ୍କୁ ଭଲ ପାଉଥିଲେ। ତପସ୍ୱିନୀ ବି ତାଙ୍କୁ ଭଲ ପାଉଥିଲେ। ବଳରାମ ଅନେକ ସମୟରେ ତପସ୍ୱିନୀଙ୍କ ଘରକୁ ଆସୁଥିଲେ ଓ ତାଙ୍କୁ ନେଇ ବୁଲିବାକୁ ଯାଉଥିଲେ। ଏପରିକି ବେଳେବେଳେ ଦୁହେଁ ଚାରି ପାଞ୍ଚ ଦିନ ଧରି ବାହାରେ ରହୁଥିଲେ। ବାରମ୍ବାର ଏପରି ଦେଖିବା ପରେ ଝିଅକୁ ବାହା ହେବା ପାଇଁ ବଳରାମଙ୍କୁ କହିଥିଲେ ମୋହନ। କିନ୍ତୁ ସେ ଏଥିରେ ରାଜି ହୋଇ ନଥିଲେ। ମଙ୍ଗଳବାର ବଳରାମ ପୁଣି ଆସି ତପସ୍ୱିନୀଙ୍କୁ ନେଇ ଯାଇଥିଲେ। ବୁଧବାର ସେମାନେ ଘରକୁ ଫେରିବା ପରେ ମୋହନ ରାଗି ଯାଇଥିଲେ ଓ ଝିଅକୁ ବାହା ହେବା ପାଇଁ ବଳରାମଙ୍କୁ କହିଥିଲେ। ସେ ଅରାଜି ହେବାରୁ ମୋହନ ଏକ ଖଟର ଗୋଡ଼ରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ବଳରାମଙ୍କର ମୃତ୍ୟୁ ହୋଇଯାଇଥିଲା। ଝିଅକୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଧରୁଆଡିହି ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos