ପ୍ରେମିକର ନାରକୀୟ କାଣ୍ଡ; ଯାହା ପାଇଁ ପାଗଳ ଥିଲେ, ତା’ ମୁଣ୍ଡକୁ ଛେଚିଦେଲେ

ଉଦଳା (ମାନସ ପାଣି):  ଯାହା ପାଇଁ ବର୍ଷ ବର୍ଷ ଧରି ପାଗଳ ଥିଲେ, ଶେଷରେ ତା’ ମୁଣ୍ଡକୁ ହାତୁଡ଼ିରେ ଛେଚିଦେଲେ। ସାମାନ୍ୟ ଟଙ୍କା ପାଇଁ ପ୍ରେମିକ ଘଟାଇଲେ ଏପରି ନାରକୀୟ କାଣ୍ଡ। ରାସ୍ତା ଉପରେ ହିଁ ନେଇଗଲେ ପ୍ରେମିକାର ଜୀବନ। କିଛି ଦିନ ପୂର୍ବେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ପଦ୍ମିନୀ ଜୁନପାଳ ଛକ ନିକଟରେ  ମୁମୂର୍ଷୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଖୋଳତାଡ଼ କରି […]

pic

pic

Niharika Rout
  • Published: Thursday, 03 November 2022
  • Updated: 03 November 2022, 02:22 PM IST

Sports

Latest News

ଉଦଳା (ମାନସ ପାଣି):  ଯାହା ପାଇଁ ବର୍ଷ ବର୍ଷ ଧରି ପାଗଳ ଥିଲେ, ଶେଷରେ ତା’ ମୁଣ୍ଡକୁ ହାତୁଡ଼ିରେ ଛେଚିଦେଲେ। ସାମାନ୍ୟ ଟଙ୍କା ପାଇଁ ପ୍ରେମିକ ଘଟାଇଲେ ଏପରି ନାରକୀୟ କାଣ୍ଡ। ରାସ୍ତା ଉପରେ ହିଁ ନେଇଗଲେ ପ୍ରେମିକାର ଜୀବନ।

କିଛି ଦିନ ପୂର୍ବେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ପଦ୍ମିନୀ ଜୁନପାଳ ଛକ ନିକଟରେ  ମୁମୂର୍ଷୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଖୋଳତାଡ଼ କରି ପୁଲିସ୍‌ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆଣିଛି। ମୃତ ମହିଳା ଜଣଙ୍କ ହେଲେ ପଦ୍ମିନୀ ପ୍ରଧାନ ଓ ଅଭିଯୁକ୍ତ ଜଣକ ହେଲେ ସୁପ୍ରିମ ମହାରଣା ।

ପୁଲିସ୍‌ ସୂଚନା ଅନୁଯାୟୀ, ଉଭୟ ପଦ୍ମିନୀ ଓ ସୁପ୍ରିମଙ୍କ ମଧ୍ୟରେ ପ୍ରାୟ ୮ ବର୍ଷ ହେବ ସଂପର୍କ ଥିଲା। ସୁପ୍ରିମଙ୍କ ଘର କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ଅଧୀନ ବଳରାମପୁର ଗାଁରେ ହୋଇଥିବା ବେଳେ ସେ କପ୍ତିପଦାରେ ରହି ବଢ଼େଇ କାମ କରୁଥିଲେ। ସେଠାରେ ତାଙ୍କର ପଦ୍ମିନୀଙ୍କ ସହ ଦେଖା ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିଲା। ଉଭୟଙ୍କ ମଧ୍ୟରେ କିଛି ଟଙ୍କା କାରବାର ବି ହୋଇଥିଲା।

ପ୍ରାୟ ୩ ମାସ ହେବ ଉଭୟଙ୍କ ସମ୍ପର୍କ କ୍ରମଶଃ ଖରାପ ହେବାରୁ ପଦ୍ମିନୀଙ୍କୁ ଟଙ୍କା ଫେରାଇବାକୁ ସୁପ୍ରିମ କହି ଆସୁଥିଲେ। ମାତ୍ର ପଦ୍ମିନୀ ଆଉ ଧରାଛୁଆଁ ଦେଉ ନ ଥିଲେ ।

ଗତ ମଙ୍ଗଳବାର ଦିନ ପଦ୍ମିନୀ ଜୁନପାଳ ଛକ ନିକଟରେ ବସ୍‌ରୁ ଓହ୍ଲାଇ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଅଭିଯୁକ୍ତ ସୁପ୍ରିମ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଏକ ହାତୁଡିରେ ପଦ୍ମିନୀଙ୍କ ମୁଣ୍ଡକୁ ଛେଚି ଦେଇଥିଲେ ଅଭିଯୁକ୍ତ ସୁପ୍ରିମ । ଆଉ ଏଥିରେ ଗୁରୁତର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ । ତାଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ସୁପ୍ରିମଙ୍କୁ ଜୁନପାଳ ଗ୍ରାମରୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ହାତୁଡିକୁ ଜବତ କରିଛି । ଏହି ଘଟଣାର ଅଧିକ ଖୋଳତାଡ଼ ଚାଲିଥିବା କହିଛନ୍ତି କପ୍ତିପଦା ଉପଖଣ୍ଡ ପୁଲିସ୍‌ ଅଧିକାରୀ ସାର୍ଥକ ରାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story