ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଭଦ୍ରକ(ପାର୍ଥସାରଥୀ ନାୟକ): କାର୍‌ରେ ସ୍ୱାମୀ ଓ ସ୍ତ୍ରୀ ଶ୍ୱଶୁର ଘର ଯାଉଥିଲେ। ସାଙ୍ଗରେ ଥିଲା ଦୁଇ ବର୍ଷର ଝିଅ। ମଝି ରାସ୍ତାରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା! ପତ୍ନୀଙ୍କ ଆଖି ଆଗରେ ଚାଲିଗଲା ପତିଙ୍କ ଜୀବନ। ଆଜି ଅପରାହ୍ନରେ ଏମିତି ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଭଦ୍ରକ ଜିଲ୍ଲା ଧାମନଗର ଅସୁରାଳି ଅଞ୍ଚଳର ସୁରେନ୍ଦ୍ର ସାହୁ, ତାଙ୍କ ସ୍ତ୍ରୀ ରେଣୁବାଳା ସାହୁ ଓ ଦୁଇ ବର୍ଷର ଝିଅ କାର୍‌ରେ ଆଜି ଅପରାହ୍ନରେ ଶ୍ୱଶୁର ଘର ବାଲେଶ୍ୱରକୁ […]

Bhadrak

Manoranjan Sial
  • Published: Monday, 04 July 2022
  • , Updated: 04 July 2022, 07:39 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): କାର୍‌ରେ ସ୍ୱାମୀ ଓ ସ୍ତ୍ରୀ ଶ୍ୱଶୁର ଘର ଯାଉଥିଲେ। ସାଙ୍ଗରେ ଥିଲା ଦୁଇ ବର୍ଷର ଝିଅ। ମଝି ରାସ୍ତାରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା! ପତ୍ନୀଙ୍କ ଆଖି ଆଗରେ ଚାଲିଗଲା ପତିଙ୍କ ଜୀବନ। ଆଜି ଅପରାହ୍ନରେ ଏମିତି ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି।

ଭଦ୍ରକ ଜିଲ୍ଲା ଧାମନଗର ଅସୁରାଳି ଅଞ୍ଚଳର ସୁରେନ୍ଦ୍ର ସାହୁ, ତାଙ୍କ ସ୍ତ୍ରୀ ରେଣୁବାଳା ସାହୁ ଓ ଦୁଇ ବର୍ଷର ଝିଅ କାର୍‌ରେ ଆଜି ଅପରାହ୍ନରେ ଶ୍ୱଶୁର ଘର ବାଲେଶ୍ୱରକୁ ଯାଉଥିଲେ। ତେବେ କାର୍‌ଟି ଭାରସାମ୍ୟ ହରାଇ ୧୬ ନମ୍ୱର ଜାତୀୟ ରାଜପଥର ରାହାଞ୍ଜ ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ଗାଡ଼ିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ତେବେ ରେଣୁବାଳା ଓ ତାଙ୍କ ଝିଅଙ୍କୁ ଆହତ ହୋଇଥିଲେ। ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ରେଣୁବାଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Related story