ମୃତ ପତ୍ନୀକୁ ବଞ୍ଚାଇବାକୁ ୨୨ଘଣ୍ଟା ଶବରଖି ତନ୍ତ୍ର ପୂଜା କଲେ ସ୍ୱାମୀ

ରାୟଗଡ଼ା( ଓଡ଼ିଶା ରିପୋର୍ଟର): ଆଜି ବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ। ଯୁଗ ଯେତେ ଆଗେଇଲେ ମଧ୍ୟ ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହେଉ ନାହିଁ। ଦିନକୁ ଦିନ ଲୋକଙ୍କୁ ଅନ୍ଧବିଶ୍ୱାସ ଗ୍ରାସ କରିବାରେ ଲାଗିଛି। କେଉଁଠି ମଣିଷକୁ ଗୁଣି ଗାରେଡି ସନ୍ଦେହରେ ମାରି ଦିଆଯାଉଛି ତ କେଉଁଠି ମରିଯାଇଥିବା ମଣିଷକୁ ବଞ୍ଚାଇବା ପାଇଁ ତନ୍ତ୍ରର ସାହାଯ୍ୟ ନିଆଯାଉଛି।  ଏହି ଯେପରି  ମୃତ ପତ୍ନୀର ଜୀବନ ଫେରାଇ ଆଣିବାକୁ ସ୍ୱାମୀର ୨୨ ଘଣ୍ଟା ଧରି ଝଡ଼ାଫୁଙ୍କା କରିଛି। ରାୟଗଡ଼ାରେ ଦେଖିବାକୁ […]

tyte

Rakesh Mallick
  • Published: Friday, 13 April 2018
  • , Updated: 13 April 2018, 10:43 AM IST

ରାୟଗଡ଼ା( ଓଡ଼ିଶା ରିପୋର୍ଟର): ଆଜି ବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ। ଯୁଗ ଯେତେ ଆଗେଇଲେ ମଧ୍ୟ ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହେଉ ନାହିଁ। ଦିନକୁ ଦିନ ଲୋକଙ୍କୁ ଅନ୍ଧବିଶ୍ୱାସ ଗ୍ରାସ କରିବାରେ ଲାଗିଛି। କେଉଁଠି ମଣିଷକୁ ଗୁଣି ଗାରେଡି ସନ୍ଦେହରେ ମାରି ଦିଆଯାଉଛି ତ କେଉଁଠି ମରିଯାଇଥିବା ମଣିଷକୁ ବଞ୍ଚାଇବା ପାଇଁ ତନ୍ତ୍ରର ସାହାଯ୍ୟ ନିଆଯାଉଛି।  ଏହି ଯେପରି  ମୃତ ପତ୍ନୀର ଜୀବନ ଫେରାଇ ଆଣିବାକୁ ସ୍ୱାମୀର ୨୨ ଘଣ୍ଟା ଧରି ଝଡ଼ାଫୁଙ୍କା କରିଛି। ରାୟଗଡ଼ାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣକ ଶିବପଦର ପଞ୍ଚାୟତ ସମିତିସଭ୍ୟା କୁନି ନୁଣ୍ଡ୍ରୁକା।

କିଛିଦିନ ହେବ ଅସୁସ୍ଥ ଥିଲେ କୁନି। ମେଡିକାଲ ନନେଇ ଅସୁସ୍ଥ ସ୍ତ୍ରୀକୁ ସ୍ୱାମୀ ଝଡ଼ାଫୁଙ୍କା କରୁଥିଲେ। ଗତକାଲି ସକାଳ ୧୦ଟାରେ କୁନିଙ୍କ ମୃତ୍ୟୁ ପରେ ବି ଶବଦାହ ପାଇଁ ଛାଡ଼ୁ ନଥିଲେ। ସ୍ୱାମୀ ଜୀବନ ଫେରାଇବାକୁ ତନ୍ତ୍ର ପୂଜା କରୁଥିଲେ। କିନ୍ତୁ କିଛି ନ ହେବାରୁ ଆଜି ସକାଳେ କୁନିଙ୍କ ଅନ୍ତିମ ସଂସ୍କାର  କରିଛନ୍ତି।

Related story