ସଧବାଙ୍କୁ ବିଧବା କଲା ତା’ ସମାଜ! ଏବେ ସୁରକ୍ଷା ଲୋଡୁଛନ୍ତି

ସୁବର୍ଣ୍ଣପୁର (ରବିନ୍ଦ୍ର ହୋତା): ହାତରେ ଶଙ୍ଖା, ସିନ୍ଥିରେ ସିନ୍ଦୂର ପିନ୍ଧି ନୂଆ ବୋହୂ ସାଜି ଥିଲେ ସତ୍ୟ କିନ୍ନର। କେତେ ଆଶା ନେଇ ଭାବିଥିଲେ ଘର ସଂସାର କରିବେ। ହେଲେ ସବୁକିଛି ଛାରଖାର ହୋଇଗଲା। ନିଜ ସମାଜ ତାଙ୍କୁ ସ୍ୱୀକୃତି ଦେଲା ନାହିଁ। ଜୀବନ ସାଥୀଙ୍କ ଆଗରେ ତାଙ୍କ ସମାଜ ତାଙ୍କୁ ବିଧବା କରିଦେବା ସହିତ ମାଡ଼ ମାରିଥିବା ଅଭିଯୋଗ ହେଉଛି। ଏବେ ସତ୍ୟ ଓ ତାଙ୍କ ସ୍ୱାମୀ ସୁରକ୍ଷା ଲୋଡ଼ୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ମହାଦେବପାଲି ଗାଁର […]

married

married

Manoranjan Sial
  • Published: Tuesday, 05 October 2021
  • Updated: 05 October 2021, 04:03 PM IST

Sports

Latest News

ସୁବର୍ଣ୍ଣପୁର (ରବିନ୍ଦ୍ର ହୋତା): ହାତରେ ଶଙ୍ଖା, ସିନ୍ଥିରେ ସିନ୍ଦୂର ପିନ୍ଧି ନୂଆ ବୋହୂ ସାଜି ଥିଲେ ସତ୍ୟ କିନ୍ନର। କେତେ ଆଶା ନେଇ ଭାବିଥିଲେ ଘର ସଂସାର କରିବେ। ହେଲେ ସବୁକିଛି ଛାରଖାର ହୋଇଗଲା। ନିଜ ସମାଜ ତାଙ୍କୁ ସ୍ୱୀକୃତି ଦେଲା ନାହିଁ। ଜୀବନ ସାଥୀଙ୍କ ଆଗରେ ତାଙ୍କ ସମାଜ ତାଙ୍କୁ ବିଧବା କରିଦେବା ସହିତ ମାଡ଼ ମାରିଥିବା ଅଭିଯୋଗ ହେଉଛି। ଏବେ ସତ୍ୟ ଓ ତାଙ୍କ ସ୍ୱାମୀ ସୁରକ୍ଷା ଲୋଡ଼ୁଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ମହାଦେବପାଲି ଗାଁର କିନ୍ନର ସତ୍ୟ। ସେ ଗତ କିଛିମାସ ଧରି ବିନିକା ସହରର ଯୁବକ ଜଣେ ଯୁବକ ଚନ୍ଦନ(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ଚନ୍ଦନ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ଉଭୟଙ୍କ ଭିତରେ ଗଢି ଉଠିଥିବା ପ୍ରେମ ସଂପର୍କ ପାଞ୍ଚ ମାସ ତଳେ ବିବାହର ରୂପ ନେଇଥିଲା। ଉଭୟ ଘରୁ ପଳାଇ ଆସି ଉଲୁଣ୍ଡା ସ୍ଥିତ ମେଟାକାନୀ ମନ୍ଦିରରେ ମା’ ମେଟାକାନିକୁ ସାକ୍ଷୀରଖି ବିବାହ କରିଥିଲେ। ଆଉ ସତ୍ୟଙ୍କ ସିନ୍ଥିରେ ସିନ୍ଦୂର ଭରିଥିଲେ ଚନ୍ଦନ।

ହେଲେ ସେମାନଙ୍କ ବିବାହକୁ ସ୍ୱୀକୃତି ଦେଇନି ଉଭୟଙ୍କ ପରିବାର। ପାଟିତୁଣ୍ଡ ପରେ ଉଭୟ ବୌଦ୍ଧ ଜିଲ୍ଲାର ମନମୁଣ୍ଡାରେ ଏକ ଭଡ଼ାଘରେ ରହିଆସୁଥିଲେ। ସବୁକିଛି ଠିକ୍‌ ଠାକ୍‌ ଚାଲିଥିଲା ଭାବି ନେଇଥିଲେ ସତ୍ୟ ଓ ଚନ୍ଦନ। ହେଲେ ସାମ୍ନାକୁ ଆସିଲା ଆଉ ବିବାଦ। କିନ୍ନର ସମାଜ ସେମାନଙ୍କ ବିବାହକୁ ବିରୋଧ କରିଥିଲା। କିଛିଦିନ ପୂର୍ବରୁ ଯେଉଁ କିନ୍ନରମାନଙ୍କ ସହ ସତ୍ୟ ଭଲରେ ରହୁଥିଲେ, ଏବେ ସେହିମାନେ ତାଙ୍କୁ ବିଧବା ସଜାଇ ଦେଲେ। ଏଥିସହ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଏବେ ଉଭୟ କଣ କରିବେ? ସେ କଥା ଭାବି ପାରୁନାହାନ୍ତି। ଜୀବନ ପ୍ରତି ବିପଦ ଥିବାରୁ ଉଭୟ ସୁରକ୍ଷା ଲୋଡୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story