ଶାଶୁ ସହିତ ଶୋଇଥିଲା ଜ୍ୱାଇଁ, ଦେଖିଦେଲା ଶ୍ୱଶୁର

ବାରିପଦା(ମାନିକ ଲାଲ ପାଣି): ଶାଶୁ ସହିତ ବେଡ୍‌ରେ ଶୋଇଥିଲା ଜ୍ୱାଇଁ। ଆଉ ଏହା ଦେଖିନେଲା ଶ୍ୱଶୁର। ଜ୍ୱାଇଁ ଏ ଚୋରା ପୀରତି ଦେଖିବା ପରେ ଶ୍ୱଶୁରଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା। ଆଉ ସମୟ ସୁବିଧା ଦେଖି ଜ୍ୱାଇଁକୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ମଧ୍ୟହ୍ନରେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଶ୍ୱଶୁର ଓ ଜ୍ୱାଇଁଙ୍କ ଘର କୁଳିଆଣା ଥାନା ଅଞ୍ଚଳରେ ଗୋଟିଏ ଗାଁରେ। ଜ୍ୱାଇଁର ଅନୈତିକ ପ୍ରେମ ସମ୍ପର୍କ ପାଇଁ […]

Murder

Manoranjan Sial
  • Published: Saturday, 23 April 2022
  • , Updated: 23 April 2022, 06:41 PM IST

ବାରିପଦା(ମାନିକ ଲାଲ ପାଣି): ଶାଶୁ ସହିତ ବେଡ୍‌ରେ ଶୋଇଥିଲା ଜ୍ୱାଇଁ। ଆଉ ଏହା ଦେଖିନେଲା ଶ୍ୱଶୁର। ଜ୍ୱାଇଁ ଏ ଚୋରା ପୀରତି ଦେଖିବା ପରେ ଶ୍ୱଶୁରଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା। ଆଉ ସମୟ ସୁବିଧା ଦେଖି ଜ୍ୱାଇଁକୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ମଧ୍ୟହ୍ନରେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ଶ୍ୱଶୁର ଓ ଜ୍ୱାଇଁଙ୍କ ଘର କୁଳିଆଣା ଥାନା ଅଞ୍ଚଳରେ ଗୋଟିଏ ଗାଁରେ। ଜ୍ୱାଇଁର ଅନୈତିକ ପ୍ରେମ ସମ୍ପର୍କ ପାଇଁ ଦୀର୍ଘ ଦିନ ଧରି ଘର ଭିତରେ ଗଣ୍ଡଗୋଳ ଲାଗି ରହୁଥିଲା। ଆଜି କିନ୍ତୁ ସବୁ ସୀମା ଅତିକ୍ରମ କରିଥିଲା ଜ୍ୱାଇଁ। ଶାଶୁ ସହିତ ଗୋଟିଏ ବେଡ୍‌ରେ ଶୋଇଥିଲା। ଏହା ଦେଖି ବିଚଳିତ ହୋଇ ପଡ଼ିଥିଲା ଶ୍ୱଶୁର। ଆଉ ତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।

ରକ୍ତ ଚାଉଳ ଚୋବାଉଥିବା ଶ୍ୱଶୁର, ଜ୍ୱାଇଁଙ୍କୁ ଚାରିଆଡ଼େ ଖୋଜିଥିଲା। ମାତ୍ର ପାଇନଥିଲା। ପରେ ଜାଣିବାକୁ ପାଇଲା, ଗାଁ ମୁଣ୍ଡରେ ନୂଆକରି ତିଆରି ହେଉଥିବା ଘରେ ଶୋଇଛି ଜ୍ୱାଇଁ। ଏହା ଶ୍ୱଶୁର କୁରାଢ଼ି ଧରି ସେଠାରେ ପହଞ୍ଚିଗଲା। ଆଉ ଶୋଇଥିବା ଅବସ୍ଥାରେ ଜ୍ୱାଇଁକୁ ଚୋଟ ପରେ ଚୋଟ ପକାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜ୍ୱାଇଁ ସେଠାରେ ପଡ଼ିଥିବା ବେଳେ କୁଳିଅଣା ଥାନାରେ ହାଜାର ହୋଇଥିଲା ଶ୍ୱଶୁର। ଆଉ କହିଥିଲା, ମୁଁ ମୋ ଜ୍ୱାଇଁକୁ ହତ୍ୟା କରିଛି।

ଏକଥା ଜାଣିବା ପରେ ପୁଲିସ ସଦଳବଳେ ଗାଁରେ ପହଞ୍ଚିଥିଲା। ଆଉ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜ୍ୱାଇଁକୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜ୍ୱାଇଁର ମୃତ୍ୟୁ ଘଟିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ୱଶୁରକୁ ଗିରଫ କରିଛି।

Related story