ଘରଭଡ଼ା ମାଗିବାରୁ ମାଲିକଙ୍କୁ ଛାତ ଉପରୁ ଠେଲିଦେଲେ ଭଡ଼ାଟିଆ

ପୁରୀ(ଓଡ଼ିଶା ରିପୋର୍ଟର):ଘର ଭଡ଼ାକୁ ନେଇ ମାଲିକଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ।  ଏଭଳି ଘଟଣା ଘଟିଛି ପୁରୀ ପଥୁରିଇା ସାହିରେ। ମୃତକ ହେଲେ ନାରାୟଣ ମହାରଣା।  ଅଭିଯୋଗ ଅନୁସାରେ ନରାୟଣଙ୍କ ଘରେ ଏକ ଦମ୍ପତି ଦୀର୍ଘଦିନ ହେଲା ଭଡ଼ାରେ ରହୁଥିଲେ । ତେବେ ଘର ମାଲିକଙ୍କୁ ଭଡ଼ା ଦେଉନଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବଂ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ବୁଝାମଣା […]

800

Tapas Behera
  • Published: Sunday, 05 January 2020
  • , Updated: 05 January 2020, 06:57 PM IST

ପୁରୀ(ଓଡ଼ିଶା ରିପୋର୍ଟର):ଘର ଭଡ଼ାକୁ ନେଇ ମାଲିକଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ।  ଏଭଳି ଘଟଣା ଘଟିଛି ପୁରୀ ପଥୁରିଇା ସାହିରେ। ମୃତକ ହେଲେ ନାରାୟଣ ମହାରଣା।  ଅଭିଯୋଗ ଅନୁସାରେ ନରାୟଣଙ୍କ ଘରେ ଏକ ଦମ୍ପତି ଦୀର୍ଘଦିନ ହେଲା ଭଡ଼ାରେ ରହୁଥିଲେ । ତେବେ ଘର ମାଲିକଙ୍କୁ ଭଡ଼ା ଦେଉନଥିଲେ।

ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବଂ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ବୁଝାମଣା ହୋଇଥିଲା। ଘର ଛାଡିବାକୁ ଦମ୍ପତି ୫ମାସ ସମୟ ମାଗିଥିଲେ । ତେବେ ଆଜି ପୂର୍ବାହ୍ନରେ ହଠାତ ନାରାୟଣଙ୍କ ଚିତ୍କାର ଶୁଭିଥିଲା  ସ୍ଥାନୀୟ ବାସିନ୍ଦା ଆସି ଦେଖିବା ବେଳେ ସେ ତଳେ ପଡିଥିଲେ ।

ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।  ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।  ଘଟଣା ପରେ ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଥାନାରେ ଅଟକ ରଖିଛି । ଉଭୟଙ୍କୁ ଗିରଫ ଦାବିରେ ଲୋକେ ଥାନା ଘେରାଉ କରିଥିଲେ।

Related story