ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ୍‌

କେନ୍ଦୁଝର (ପ୍ରଣୟ କୁମାର ପାଣି):  ୨୦୧୯ ମସିହାରେ ଘଷିପୁରା ଥାନା ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଏଡିଜେ ତଥା ସ୍ୱତନ୍ତ୍ର ଜଜ୍‌ କୋର୍ଟ ମାମଲାକୁ ବିଚାର କରି ଜଣକୁ ଆଜୀବନ କାରାଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ଜଣେ ନାବାଳକକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦଣ୍ଡିତ କରିଛନ୍ତି। ୨୦୧୯  ଅକ୍ଟୋବର ୧୨ ତାରିଖରେ ଘଷିପୁରା ଥାନା ଯୁଗଲକିଶୋରପୁର ଗାଁରେ ଫୁଟ୍‌ବଲ୍‌ ମ୍ୟାଚ ହେଉଥିଲା। ସେଠାରେ […]

Keonjhar

Keonjhar

Manoranjan Sial
  • Published: Tuesday, 20 April 2021
  • Updated: 20 April 2021, 04:40 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି):  ୨୦୧୯ ମସିହାରେ ଘଷିପୁରା ଥାନା ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଏଡିଜେ ତଥା ସ୍ୱତନ୍ତ୍ର ଜଜ୍‌ କୋର୍ଟ ମାମଲାକୁ ବିଚାର କରି ଜଣକୁ ଆଜୀବନ କାରାଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ଜଣେ ନାବାଳକକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦଣ୍ଡିତ କରିଛନ୍ତି।

୨୦୧୯  ଅକ୍ଟୋବର ୧୨ ତାରିଖରେ ଘଷିପୁରା ଥାନା ଯୁଗଲକିଶୋରପୁର ଗାଁରେ ଫୁଟ୍‌ବଲ୍‌ ମ୍ୟାଚ ହେଉଥିଲା। ସେଠାରେ ଜଳଖିଆ ଦୋକାନ କରିଥିଲେ ଜଣେ ବ୍ୟକ୍ତି। ଜଳଖିଆ ଦୋକାନରେ ବିକ୍ରିରେ ସାହାଯ୍ୟ କରିବା ପାଇଁ ତାଙ୍କ ସହିତ ତାଙ୍କ ନାବାଳିକା ଝିଅ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ନାବାଳିକା କିଛି ଜିନିଷ ଧରି ଘରକୁ ଫେରୁଥିଲା। ତେବେ ରାସ୍ତାରେ ଓସ୍ତାପୁରା ଗାଁର ଈଶ୍ୱର ଲୋହାର ଓ ଆଉଜଣେ ୧୭ ବର୍ଷୀୟ ନାବାଳକ, ନାବାଳିକାକୁ ଟେକିନେଇ ନିକଟସ୍ଥ ହୁଡ଼ିରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ପରେ ନାବାଳିକାକୁ ସେଠାରେ ଛାଡ଼ି ପଳାଇ ଯାଇଥିଲେ। ନାବାଳିକା ଜଣକ ଘରକୁ ଫେରି ପୂରା ଘଟଣା ପରିବାର ଲୋକଙ୍କୁ କହିଥିଲା। ଏହା ପରେ ଏନେଇ ଘଷିପୁରା ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗକୁ ଭିତ୍ତିକରି ଘଷିପୁରା ଥାନା କେଶ ନଂ ୧୯୨ ତା-୧୩/୧୦/୨୦୧୯ ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ। ସେମାନଙ୍କ ଭିତରୁ ଈଶ୍ୱରକୁ ଜେଲ୍ ପଠାଯାଇଥିବା ବେଳେ ନାବାଳକ ଅଭିଯୁକ୍ତକୁ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା।

ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ୨୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କେନ୍ଦୁଝର ଅତିରକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସ ଜଜ ଲୋକନାଥ ସାହୁ ଅଭିଯୁକ୍ତ ଈଶ୍ୱର ଲୋହାରଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା  ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

ସେହିପରି ନାବାଳକ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା  କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଏକ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି। ଏଥି ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ପାଇଁ କୋର୍ଟ ଆଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story