ଯୌତୁକ ପାଇଁ ସ୍ତ୍ରୀକୁ ପୋଡ଼ି ମାରିଦେଲା ସ୍ୱାମୀ!

ଉଦଳା(ମାନସ ପାଣି): ସାତ ଜନମର ସାଥୀ କରିବା ପାଇଁ ସେ ଯାହାର ହାତ ଧରିଥିଲେ, ତାଙ୍କୁ ସେ ହିଁ ମାରିଦେଲା। ଯୌତୁକ ଜୁଇରେ ଜଳିଗଲେ ମନ୍ଦାକିନୀ। ଆଜି ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ। ଏନେଇ ମହିଳାଙ୍କ ବାପଘର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂରା ଘଟଣା ଏମିତି। ଖୁଣ୍ଟା ଥାନା ଲଖଣାସାହି ଗାଁର ଧନଞ୍ଜୟ ମହାନ୍ତ ଆଜକୁ ୧୦ ବର୍ଷ ତଳେ […]

man-sets-wife-on-fire-over-dowry-demands-allege-victims-family

Manoranjan Sial
  • Published: Tuesday, 06 August 2019
  • Updated: 06 August 2019, 05:26 PM IST

Sports

Latest News

ଉଦଳା(ମାନସ ପାଣି): ସାତ ଜନମର ସାଥୀ କରିବା ପାଇଁ ସେ ଯାହାର ହାତ ଧରିଥିଲେ, ତାଙ୍କୁ ସେ ହିଁ ମାରିଦେଲା। ଯୌତୁକ ଜୁଇରେ ଜଳିଗଲେ ମନ୍ଦାକିନୀ। ଆଜି ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ। ଏନେଇ ମହିଳାଙ୍କ ବାପଘର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୂରା ଘଟଣା ଏମିତି। ଖୁଣ୍ଟା ଥାନା ଲଖଣାସାହି ଗାଁର ଧନଞ୍ଜୟ ମହାନ୍ତ ଆଜକୁ ୧୦ ବର୍ଷ ତଳେ ମନ୍ଦାକିନୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ଏପରିକି ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା। ବିବାହ ପରେ ସାଂସାରିକ ରଥ ଠିକ୍‌ଠାକ୍‌ ଚାଲିଥିଲା। ବର୍ତ୍ତମାନ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତେବେ ହଠାତ୍‌ ଯୌତୁକ ରାକ୍ଷସର ଲୋଲୁପ ଆଖି ଧନଞ୍ଜୟ ଓ ମନ୍ଦାକିନୀଙ୍କ ଦାମ୍ପତ୍ୟ ଜୀବନ ଉପରେ ପଡ଼ିଥିଲା। ଅଧିକ ଯୌତୁକ ଦାବିକରି ମନ୍ଦାକିନୀଙ୍କୁ ଧନଞ୍ଜୟ ଓ ତାଙ୍କ ପରିବାର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ମନ୍ଦାକିନୀ ବାପଘର ଲୋକଙ୍କୁ ଅବଗତ କରାଇଥିଲେ। ଏହାର ବହୁବାର ସମାଧାନ ମଧ୍ୟ କରାଯାଇଥିବା ବାପଘର ଲୋକେ ତାଙ୍କ ଅଭିଯୋଗରେ କହିଛନ୍ତି।

ତେବେ ଗତକାଲି ବିଳମ୍ୱିତ ରାତିରେ କୌଣସି କଥାକୁ ନେଇ ଧନଞ୍ଜୟ ଓ ମନ୍ଦାକିନୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଧନଞ୍ଜୟ, ମନ୍ଦାକିନୀଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଓ ଘରର କବାଟ ବାହାର ପଟୁ ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଘର ଭିତରେ ପୋଡ଼ି ହୋଇ ମନ୍ଦାକିନୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି।

ଆଜି ସକାଳେ ଧନଞ୍ଜୟ ତାଙ୍କ ଶ୍ୱଶୂର ଘରକୁ ଫୋନ୍‌ କରି ମନ୍ଦାକିନୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା କହିଥିଲେ। ଖବର ପାଇ ବାପଘର ଲୋକେ ଗାଁରେ ପହଞ୍ଚି ମନ୍ଦାକିନୀଙ୍କ ପୋଡ଼ି ଯାଇଥିବା ମୃତଦେହ ଦେଖିବାକୁ ପାଇଥିଲେ। ପରେ ସେମାନେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୌତୁକ ପାଇଁ ଧନଞ୍ଜୟ ଓ ତାଙ୍କ ପରିବାର ଲୋକେ ମନ୍ଦାକିନୀଙ୍କୁ ପୋଡ଼ି ମାରିଦେଇ ଥିବା ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଧନଞ୍ଜୟଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story