ଜୀବନ ସାରିବା ପୂର୍ବରୁ ଫେସବୁକ୍‌ରେ ଶେଷ କଥା ଲେଖିଲେ ଇଞ୍ଜନିୟରିଂ ଛାତ୍ର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆତ୍ମହତ୍ୟା ପୂର୍ବରୁ ଫେସ୍‌ବୁକରେ ଲେଖିଲେ ସୁଇସାଇଡ୍ ନୋଟ୍ । ଆଉ ସବୁଦିନ ପାଇଁ ସମସ୍ତଙ୍କୁ ବିଦାୟ ଦେଇ ଚୀର ନିଦ୍ରାରେ ଶୋଇଗଲେ । ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁର ସହରରେ। ଇଞ୍ଜିନିୟରିଂ ସାରିଥିବା ୨୪ ବର୍ଷିୟ ହାର୍ଦ୍ଦିକ ପଟ୍ଟନାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ତାଙ୍କ ଘରୁ ଆଜି ମିଳିଛି। ହେଲେ ଗତକାଲି ରାତି ୧୧ଟା ୨୮ ମିନିଟ୍‌ରେ ସେ କରିଥିବା ଶେଷ ଫେସବୁକ୍ ପୋଷ୍ଟ ସମସ୍ତଙ୍କୁ ଚିକିତ କରିଛି। ଫେସ୍‌ବୁକ୍‌ରେ ସେ […]

SORRY-1

Tapas Behera
  • Published: Thursday, 18 June 2020
  • , Updated: 18 June 2020, 07:52 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆତ୍ମହତ୍ୟା ପୂର୍ବରୁ ଫେସ୍‌ବୁକରେ ଲେଖିଲେ ସୁଇସାଇଡ୍ ନୋଟ୍ । ଆଉ ସବୁଦିନ ପାଇଁ ସମସ୍ତଙ୍କୁ ବିଦାୟ ଦେଇ ଚୀର ନିଦ୍ରାରେ ଶୋଇଗଲେ । ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁର ସହରରେ। ଇଞ୍ଜିନିୟରିଂ ସାରିଥିବା ୨୪ ବର୍ଷିୟ ହାର୍ଦ୍ଦିକ ପଟ୍ଟନାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ତାଙ୍କ ଘରୁ ଆଜି ମିଳିଛି। ହେଲେ ଗତକାଲି ରାତି ୧୧ଟା ୨୮ ମିନିଟ୍‌ରେ ସେ କରିଥିବା ଶେଷ ଫେସବୁକ୍ ପୋଷ୍ଟ ସମସ୍ତଙ୍କୁ ଚିକିତ କରିଛି।

ଫେସ୍‌ବୁକ୍‌ରେ ସେ ଗତକାଲି ଲେଖିଥିଲେ ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି। ଯାହା ମୁଁ କରିବାକୁ ଯାଉଛି  ସେଥିରେ କାହାରି ଦୋଷ ନାହିଁ । ମୁଁ ଏଥିପାଇଁ ଦାୟୀ ବୋଲି ଲେଖିଛନ୍ତି ହାର୍ଦ୍ଦିକ । ଆଉ ସକାଳୁ ପରିବାର ଲୋକେ ଘର କବାଟ ଖୋଲିବା ପରେ ତାଙ୍କ ମୃତଦେହ ମିଳିଥିଲା।  ସେହିପରି ହାର୍ଦ୍ଦିକ ଗତକାଲି ରାତିରେ ଆଉ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ, ଜୀବନରେ କିଛି କରିପାରିନାହାନ୍ତି, ନା ଭଲ ମଣିଷ, ପୁଅ କିମ୍ବା ଛାତ୍ର ହୋଇପାରିଲେନି ବୋଲି ଲେଖିଛନ୍ତି।

ଏହି ସବୁ ପୋଷ୍ଟ ଦେଖିବା ପରେ ଅନୁମାନ କରାଯାଉଛି ଯେ, ହାର୍ଦ୍ଦିକ କିଛି ଦିନରୁ ଅବସାଦରେ ଥିଲେ। ଇଞ୍ଜିନିୟରିଂ ସାରିବା ପରେ ସେ ବେଙ୍ଗାଲୁରୁକୁ ଚାକିରି ଖୋଜିବାକୁ ଯାଇଥିଲେ । ଗତ କିଛି ଦିନ ତଳେ ବ୍ରହ୍ମପୁର ଫେରି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଏଭଳି ଘଟଣା ପରେ ତାଙ୍କ ପରିବାର, ପଡ଼ୋଶୀ ଏବଂ ବନ୍ଧୁଙ୍କ ମେଳରେ ଶୋକର ଛାୟା ଖେଳିଯାଇଛି ।

Related story