ଘରୁ ଟାଣି ଆଣି ମାରିଦେଲା

ବଣାଇ(ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ତାମଡ଼ା ରେଞ୍ଜର ସୋଲଡେଗା ଗାଁରେ ହାତୀ ଆତଙ୍କ। ଗତକାଲି ବିଳମ୍ୱିତ ରାତିରେ ଏକ ଦନ୍ତା ହାତୀ ଘର ଭାଙ୍ଗିବା ସହ ଧାନ ଖାଇଥିଲା। ଏହାପରେ ଘରେ ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ଟାଣି ଆଣି ମାରି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଲୁସା ଓରାମ। ଏନେଇ ପୁଲିସ୍‌ ଓ ବନ ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ସବରତଇଲା ନିକଟରେ […]

elephant

Jitendra Garnayak
  • Published: Wednesday, 12 December 2018
  • , Updated: 12 December 2018, 11:09 AM IST

ବଣାଇ(ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ତାମଡ଼ା ରେଞ୍ଜର ସୋଲଡେଗା ଗାଁରେ ହାତୀ ଆତଙ୍କ।

ଗତକାଲି ବିଳମ୍ୱିତ ରାତିରେ ଏକ ଦନ୍ତା ହାତୀ ଘର ଭାଙ୍ଗିବା ସହ ଧାନ ଖାଇଥିଲା। ଏହାପରେ ଘରେ ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ଟାଣି ଆଣି ମାରି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଲୁସା ଓରାମ।

ଏନେଇ ପୁଲିସ୍‌ ଓ ବନ ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ସବରତଇଲା ନିକଟରେ ଏହି ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ବୟସ ୭ ବର୍ଷ। ହାତୀଟିର ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇଛି। ତେବେ ହାତୀର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଏନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।

Related story