ପୁଣି ଜଣେ ଯୁବକ କାଠଯୋଡ଼ିକୁ ଡେଇଁ ନିଖୋଜ

କଟକ (ଓଡ଼ିଶା ରିପୋର୍ଟର):ପୁଣି ଜଣେ ଯୁବକ କାଠଯୋଡ଼ିକୁ ଡେଇଁ ନିଖୋଜ ହୋଇଛନ୍ତି। ତ୍ରିଶୂଳିଆ ବ୍ରିଜ୍‌ରୁ କାଠଯୋଡ଼ିକୁ ଡେଇଁ ସମ୍ପୃକ୍ତ ଯୁବକ ନିଖୋଜ ହୋଇଛନ୍ତି। ବ୍ରିଜ୍ ଉପରେ ବାଇକ୍ ରଖି ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛି। ଘଟଣାସ୍ଥଳରେ ବାରଙ୍ଗ ପୋଲିସ, ନିଖୋଜଙ୍କ ପରିଚୟ ଜଣାପଡ଼ିନି। ବାଇକଟି ରାଜଧାନୀ ଉପକଣ୍ଠ ଗାଢକଣର ଦେବବ୍ରତ ମାଝିଙ୍କର। ଘଟଣାସ୍ଥଳକୁ ଯାଇ ବାଇକଟିକୁ ଦେବବ୍ରତଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି । […]

kathajodi-1

Tapas Behera
  • Published: Tuesday, 22 October 2019
  • , Updated: 22 October 2019, 09:29 PM IST

କଟକ (ଓଡ଼ିଶା ରିପୋର୍ଟର):ପୁଣି ଜଣେ ଯୁବକ କାଠଯୋଡ଼ିକୁ ଡେଇଁ ନିଖୋଜ ହୋଇଛନ୍ତି। ତ୍ରିଶୂଳିଆ ବ୍ରିଜ୍‌ରୁ କାଠଯୋଡ଼ିକୁ ଡେଇଁ ସମ୍ପୃକ୍ତ ଯୁବକ ନିଖୋଜ ହୋଇଛନ୍ତି। ବ୍ରିଜ୍ ଉପରେ ବାଇକ୍ ରଖି ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛି। ଘଟଣାସ୍ଥଳରେ ବାରଙ୍ଗ ପୋଲିସ, ନିଖୋଜଙ୍କ ପରିଚୟ ଜଣାପଡ଼ିନି। ବାଇକଟି ରାଜଧାନୀ ଉପକଣ୍ଠ ଗାଢକଣର ଦେବବ୍ରତ ମାଝିଙ୍କର। ଘଟଣାସ୍ଥଳକୁ ଯାଇ ବାଇକଟିକୁ ଦେବବ୍ରତଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି । କିଛି ଦିନ ତଳେ ଜଣେ ଯୁବକ କାଠଯୋଡ଼ିକୁ ଡେଇଁ ଥିଲେ। ଡେଇଁବାର ୭ ଦିନ ପରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା।

Related story