ମାନବ ଅଙ୍ଗ ପ୍ରତିରୋପଣ ସଂଶୋଧନ ଅଧିନିୟମ କାର୍ଯ୍ୟକାରୀ ଲାଗି ବୈଧାନିକ ସଂକଳ୍ପ

ଭୁବନେଶ୍ୱର; କିଡନୀ ପରି ମାନବ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ବେଆଇନ୍ କାରବାର ରୋକିବାକୁ କଡ଼ା ନିୟମ ହେବାକୁ ଯାଉଛି । ମାନବ ଅଙ୍ଗ ପ୍ରିତିରୋପଣ ସଂଶୋଧନ ଅଧିନିୟମକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ବିଧାନସଭାରେ ଆସିଛି ବୈଧାନିକ ସଂକଳ୍ପ । ଏଣିକି ବେଆଇନ୍ ଭାବେ ଅଙ୍ଗ ପ୍ରତିରୋପଣ କଲେ ଦୋଷୀ ୧୦ ବର୍ଷ ଜେଲ୍ ଭୋଗିବା ସହ ୨୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଏହା ୫ ବର୍ଷ ଜେଲ୍ ଓ ୧୦ […]

odishaassembly

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 05:48 PM IST

ଭୁବନେଶ୍ୱର; କିଡନୀ ପରି ମାନବ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ବେଆଇନ୍ କାରବାର ରୋକିବାକୁ କଡ଼ା ନିୟମ ହେବାକୁ ଯାଉଛି । ମାନବ ଅଙ୍ଗ ପ୍ରିତିରୋପଣ ସଂଶୋଧନ ଅଧିନିୟମକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ବିଧାନସଭାରେ ଆସିଛି ବୈଧାନିକ ସଂକଳ୍ପ । ଏଣିକି ବେଆଇନ୍ ଭାବେ ଅଙ୍ଗ ପ୍ରତିରୋପଣ କଲେ ଦୋଷୀ ୧୦ ବର୍ଷ ଜେଲ୍ ଭୋଗିବା ସହ ୨୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଏହା ୫ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଥିଲା । ସେହିପରି ବ୍ୟବସାୟ ଉଦ୍ଦେଶ୍ୟରେ ମିଥ୍ୟା ସତ୍ୟପାଠ କିମ୍ୱା ଭୁଲ୍ ତଥ୍ୟ ଦେଲେ ୧୦ ବର୍ଷ ଜେଲ୍ ଓ ୨୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ବ୍ୟବସାୟ ଉଦ୍ଦେଶ୍ୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଅଙ୍ଗ ପ୍ରତିରୋପଣ କରାଯାଇଥିଲେ ୩ ବର୍ଷ ଜେଲ୍ ଓ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ମାନବ ଅଙ୍ଗ ପ୍ରତିରୋପଣ ସଂଶୋଧନ ଅଧିନିୟମ ୨୦୧୧ରେ ସଂସଦରେ ପାରିତ ହୋଇଥିଲା । ରାଜ୍ୟରେ ଏହା କାର୍ଯ୍ୟକାରୀ କରିବାକୁ ହେଲେ ବିଧାନସଭାରେ ବୈଧାନିକ ସଂକଳ୍ପ ଆସିବା ଜରୁରୀ ଥିଲା।

Related story