‘କାଳିଆ’ ଓ କରୋନା ଟିକାକୁ ବିରୋଧ କରୁଥିଲା ‘ମାନବବାଦ’

ତେଲକୋଇ(ଚିନ୍ମୟ କୁମାର ସାହୁ): ରାଜ୍ୟ ସରକାରଙ୍କ ‘କାଳିଆ’ ହେଉ ଅବା କରୋନା ଟିକା କରଣକୁ ଗୁରୁଜୀ ମାନସ ଦାସଙ୍କ ‘ମାନବବାଦ’ ସଙ୍ଗଠନ ବିରୋଧ କରୁଛି। ଆଉ ସଙ୍ଗଠନରେ ସାମିଲ ହେଲେ ମୋଟା ଅଙ୍କର ଅର୍ଥ ମିଳିବ ବୋଲି ଅଶିକ୍ଷିତ ଆଦିବାସୀଙ୍କୁ ମିଳୁଛି ପ୍ରତିଶ୍ରୁତି। ଯେଉଁମାନେ ଏଥିରେ ବିରୋଧ କରୁଥିଲେ ସେମାନଙ୍କୁ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ଏନେଇ ଅଭିଯୋଗ କଲେ ମଧ୍ୟ ପୁଲିସ ଶୁଣୁନଥିବା ଅଭିଯୋଗ ହୋଇଛି। ‘ମାନବବାଦ’ ସଙ୍ଗଠନ ବିରୋଧରେ ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ […]

Telkoi

Telkoi

Manoranjan Sial
  • Published: Wednesday, 01 September 2021
  • Updated: 01 September 2021, 08:27 PM IST

ତେଲକୋଇ(ଚିନ୍ମୟ କୁମାର ସାହୁ): ରାଜ୍ୟ ସରକାରଙ୍କ ‘କାଳିଆ’ ହେଉ ଅବା କରୋନା ଟିକା କରଣକୁ ଗୁରୁଜୀ ମାନସ ଦାସଙ୍କ ‘ମାନବବାଦ’ ସଙ୍ଗଠନ ବିରୋଧ କରୁଛି। ଆଉ ସଙ୍ଗଠନରେ ସାମିଲ ହେଲେ ମୋଟା ଅଙ୍କର ଅର୍ଥ ମିଳିବ ବୋଲି ଅଶିକ୍ଷିତ ଆଦିବାସୀଙ୍କୁ ମିଳୁଛି ପ୍ରତିଶ୍ରୁତି। ଯେଉଁମାନେ ଏଥିରେ ବିରୋଧ କରୁଥିଲେ ସେମାନଙ୍କୁ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ଏନେଇ ଅଭିଯୋଗ କଲେ ମଧ୍ୟ ପୁଲିସ ଶୁଣୁନଥିବା ଅଭିଯୋଗ ହୋଇଛି। ‘ମାନବବାଦ’ ସଙ୍ଗଠନ ବିରୋଧରେ ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରୁ।

ପୂରା ଘଟଣାଟି ଏମିତି। ବାଂଶପାଳ ବ୍ଲକ କାଂଜିପାଣିଥାନା କରଙ୍ଗାଡିହି ଗାଁର ୱାର୍ଡ ମେମ୍ୱର ଭୁବନ ସନଙ୍ଗି। ଗତବର୍ଷ ମାନବବାଦ ସଂଗଠନର କେତେକ ସଦସ୍ୟ ଜଣେ ମହିଳାଙ୍କୁ ମାଡ଼ ମାରୁଥିଲେ। ଏହାକୁ ଭୁବନ ବିରୋଧ କରିବାରୁ ମାନବବାଦ ସଙ୍ଗଠନର ସମର୍ଥକମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ସଂଗଠନକୁ ବିରୋଧ କଲେ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି ସଙ୍ଗଠନର ସମର୍ଥକମାନେ କହିଥିଲେ। ସଙ୍ଗଠନର ସମର୍ଥକଙ୍କୁ ନେଇ ପ୍ରତିଦିନ ନଦୀ ପଠାରେ ବୈଠକ ବସୁଛି। ଭୋଜି ଭାତ ପରେ ଆଗାମୀ ରଣନୀତି ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରି ମାଡ଼ ମାରାଯାଉଛି ଓ ଚାନ୍ଦା ଆଦାୟ କରାଯାଉଛି ବୋଲି ଅଭିଯୋଗ ହୋଇଛି।

ମାନସ ଦାସଙ୍କ ମାନବବାଦ ସଙ୍ଗଠନ କର୍ମକର୍ତ୍ତାମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ମଧ୍ୟ ବିରୋଧ କରୁଛନ୍ତି। କାଳିଆ ଯୋଜନା ହେଉ ଅବା କରୋନା ଟିକା କରଣକୁ ସଂଗଠନର ବିରୋଧ କରୁଛି। ସବୁଠାରୁ ବଡ଼କଥା ହେଉଛି ସଙ୍ଗଠନରେ ଅଶିକ୍ଷିତ ଆଦିବାସୀଙ୍କୁ ସାମିଲ କରାଯାଉଛି। ଏଥିପାଇଁ ମୋଟା ଅଙ୍କର ଅର୍ଥ ମିଳିବ ବୋଲି ପ୍ରଲୋଭନ ଦିଆଯାଉଛି। ଏଥିରେ ସତ୍ୟତା ଥିବା ପଣସନସା ଗାଁର ବିଶେଶ୍ୱର ଜୁଆଙ୍ଗଙ୍କ କଥାରୁ ଜଣାପଡୁଛି।

ବିଶେଶ୍ୱରଙ୍କ କହିବା କଥା ସେ ଜଣେ ଖଟି ଖିଆ ମୁଲିଆ, ପାହାଡିଆ ମଣିଷ। ତାଙ୍କୁ ସଂଗଠନରେ ସାମିଲ ହେଲେ ମୋଟା ଅଙ୍କର ଅର୍ଥ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିରେ ପ୍ରଲୋଭିତ ହୋଇ ସେ ୨୦୧୯ ମସିହାରେ ଖୋର୍ଦ୍ଧାରେ ହୋଇଥିବା ରାଷ୍ଟ୍ରୀୟ ସାମଜିକ ନ୍ୟାୟ ମଞ୍ଚର ମାନବବାଦ ମହୋତ୍ସବରେ ସାମିଲ ହୋଇଥିଲେ। ଆଶା କିଛି ଅର୍ଥ ମିଳିବ। କିନ୍ତୁ ତାଙ୍କୁ ଆଜି ପର୍ଯ୍ୟନ୍ତ ଅର୍ଥ ମିଳିନାହିଁ। ଅର୍ଥ ମିଳିବ ବୋଲି ଆଶା ରଖିଛନ୍ତି ବିଶେଶ୍ୱର।

ମାନବବାଦ ସଙ୍ଗଠନ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ସମର୍ଥକ। କରଙ୍ଗାଡିହି ଗାଁର ମାନବବାଦ ସଂଗଠନର ସମର୍ଥକ ବାରିକ ଦେହୁରୀଙ୍କ କହିବା ଅନୁସାରେ ସଂଗଠନ ଆଦିବାସୀଙ୍କ ହିତ କଥା କହୁଛି। ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ହେଲାଣି। କିନ୍ତୁ ଆଦିବାସୀଙ୍କୁ ସେମାନଙ୍କ ହକ ମିଳୁନାହିଁ। ମାଟି ଖଣ୍ଡେ ନାହିଁ। ସରକାରଙ୍କ କୌଣସି କାର୍ଯ୍ୟାଳୟରେ ନ୍ୟାୟ ମିଳୁନାହିଁ। ବାବା ଅମ୍ୱେଦକର ଯେଉଁ କଥା କହୁଥିଲେ ଗୁରୁ ମାନସ ଦାସ ସେହି କଥା କହୁଛନ୍ତି। ମୋର ଦରକାର ନାହିଁ ପାର୍ଟି ରାଜନୀତି। ମୋର ଦରକାର ଅଛି ମାଟିର ଉନ୍ନତି। ସେହି ମନ୍ତ୍ର ଦେଉଛନ୍ତି ଗୁରୁଜୀ। ଏହା ଗୋଟିଏ ବିପ୍ଳବ। ବାଁଶପାଳ ବ୍ଲକର ସବୁ ପଞ୍ଚାୟତରେ ମାନସଙ୍କ ସମର୍ଥକ ବାରିକ ଦେହୁରି ରହିଛନ୍ତି। ଆମେ କାହା ସହିତ କୌଣସି ଝଗଡା କରୁନାହୁଁ ବୋଲି ସେ କହିଛନ୍ତି।

ତେବେ ବିଗତ କିଛି ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ନକ୍ସଲଙ୍କ ଦବଦବା ରହିଥିଲା। କାରଣ ଏଠାକାର ଆଦିବାସୀ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ। ଦରିଦ୍ରତାରୁ ବାହାରି ପାରୁନଥିଲେ। ଏବେ ନକ୍ସଲ ନାହାନ୍ତି ସତ କିନ୍ତୁ ଆଜି ବି ପାହାଡିଆ ନିରୀହ ଆଦିବାସୀ ସରକାରୀ ନ୍ୟାୟରୁ ବଞ୍ଚିତ ଓ ନିଷ୍ପେଷିତ ହେଉଛନ୍ତି। ଏହାର ସୁଯୋଗ ମାନସଙ୍କ ପରି କଥାକଥିତ ମାନବବାଦୀମାନେ ନଉନାହଁନ୍ତି ତ? ଏ ପ୍ରଶ୍ନର ଉତ୍ତର ସରକାରଙ୍କ ବଡ଼ପଣ୍ଡାମାନଙ୍କୁ ଖୋଜିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos