ମୁଁ ମାନସ ଦାସ... ତୁ ମୋତେ ଚିହ୍ନିନୁ, ମୋ ଚେର କେତେ ଲମ୍ବା ଜାଣିନୁ

ଖୋର୍ଦ୍ଧା (ବଳରାମ ଲେଙ୍କା): “…ମୁଁ ତ ପିଟିବି। ପୁଲିସ୍ ପାଖକୁ ଗଲେ ପୁଲିସ୍ ଲଗାଇ ମଧ୍ୟ ପିଟିବି। ତୁ ମୋତେ ଚିହ୍ନିନୁ, ମୋ ଚେର କେତେ ଲମ୍ବା ଜାଣିନୁ…।” ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ଏପରି ଧମକ ଦେଉଥିବା ଅଭିଯୋଗ ହୋଇଛି। ସଙ୍ଗଠନର କଥା ନମାନିବାରୁ ଖୋର୍ଦ୍ଧା ଥାନା ଅଞ୍ଚଳର ଶୁଭାଶିଷ ବେହେରାଙ୍କୁ ମାନସ ଦାସ ଫୋନ୍‌ କରି ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ଏପରି ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାର ଅଡିଓ […]

Manas-Das

Manas-Das

Manoranjan Sial
  • Published: Thursday, 02 September 2021
  • Updated: 02 September 2021, 07:42 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): “…ମୁଁ ତ ପିଟିବି। ପୁଲିସ୍ ପାଖକୁ ଗଲେ ପୁଲିସ୍ ଲଗାଇ ମଧ୍ୟ ପିଟିବି। ତୁ ମୋତେ ଚିହ୍ନିନୁ, ମୋ ଚେର କେତେ ଲମ୍ବା ଜାଣିନୁ...।” ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ଏପରି ଧମକ ଦେଉଥିବା ଅଭିଯୋଗ ହୋଇଛି। ସଙ୍ଗଠନର କଥା ନମାନିବାରୁ ଖୋର୍ଦ୍ଧା ଥାନା ଅଞ୍ଚଳର ଶୁଭାଶିଷ ବେହେରାଙ୍କୁ ମାନସ ଦାସ ଫୋନ୍‌ କରି ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ଏପରି ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାର ଅଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏନେଇ ସେ ଥାନାରେ ବି ଲିଖିତ ଅଭିଯୋଗ କରିଛନ୍ତି।

ଶୁଭାଶିଷ ପୁଲିସ୍‌କୁ ଲିଖିତ ଭାବେ ଜଣାଇଛନ୍ତି ଯେ, ୨୦୧୭ ମସିହା ନଭେମ୍ବର-ଡିସେମ୍ବର ମାସରେ ତାଙ୍କ ଗାଁର କିଛି ବନ୍ଧୁଙ୍କ ଠାରୁ ସେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ, ମାନବବାଦ ସଂଗଠନ ଓ ମାନସ ଦାସଙ୍କ ସଂପର୍କରେ ଜାଣିଲେ। ସାଙ୍ଗମାନଙ୍କ କଥାରେ ଏହି ସଂଗଠନର ଏକ ବୈଠକରେ ଯୋଗଦେଇଥିଲେ। ତା’ପରେ ସଂଗଠନର ମୁଖ୍ୟ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା। ତାଙ୍କୁ ସଂଗଠନର ଯୁବଗୋଷ୍ଠୀରେ ସାମିଲ କରିବା ପାଇଁ ଚୟନ କରାଯାଇଥିବା କୁହାଯାଇଥିଲା। ତା’ପରେ ତାଙ୍କୁ ଭୁବନେଶ୍ୱରର ସହିଦ ନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଡ଼କାଯାଇଥିଲା। ମାନସ ଦାସ ତାଙ୍କ ତାଙ୍କର ଷ୍ଟେଜ୍ ଗାର୍ଡ ଭାବେ ଦାୟିତ୍ୱ ଦେଇଥିଲେ। ଏହା ପରେ ବିଭିନ୍ନ ସ୍ଥାନରେ ସେ ମାନସ ଦାସଙ୍କ ଷ୍ଟେଜ୍ ବଡ଼ିଗାର୍ଡ ଭାବେ କାର୍ଯ୍ୟ ମଧ୍ୟ କରିଥିଲେ।

କିଛି ଦିନ ଗଲା ପରେ ମାନସ ଦାସ ତାଙ୍କୁ ତାଙ୍କ ଅଞ୍ଚଳରେ ସଂଗଠନ କାମ ବଢ଼ାଇବାକୁ କହିଥିଲେ। ତା’ପରେ ତାଙ୍କ ପାଖକୁ ଲୋକ ପଠାଗଲା ଓ ଘର ଘର ବୁଲି ପ୍ରଚାର କରିବାକୁ କୁହାଗଲା। ତେବେ ସେ ଘର ଘର ବୁଲି ପ୍ରଚାର କଲେ ନାହିଁ। ଏହା ପରେ ମାନସ ଦାସ ୨୦୧୯ ଜୁନ୍ ୧୩ ତାରିଖରେ ତାଙ୍କୁ ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଧମକ ମଧ୍ୟ ଦେଇଥିଲେ। କହିଥିଲେ- ସଂଗଠନ ଯାହା କହିବ, ତାହା କରିବାକୁ ବାଧ୍ୟ। ନ ହେଲେ ଗୋଡ଼ହାତ ଭାଙ୍ଗି ଦେବି। ତୋତେ ଓ ତୋ ପରିବାରକୁ ଜୀବନରେ ମାରି ଦେବି। ମୁଁ ତ ପିଟିବି, ପୁଲିସ୍ ପାଖକୁ ଗଲେ ପୁଲିସ୍ ଲଗାଇ ମଧ୍ୟ ପିଟିବି। ତୁ ମୋତେ ଚିହ୍ନିନୁ, ମୋ ଚେର କେତେ ଲମ୍ବା।

କେବଳ ମାନସ ଦାସ ନୁହନ୍ତି, ତାଙ୍କ ପୁଅ ମନୋରଞ୍ଜନ ମଧ୍ୟ ଶୁଭାଶିଷଙ୍କୁ ଫୋନ୍‌ରେ ଧମକ ଦେବା ସହିତ ଗାଳିଗୁଲଜ କରିଥିଲେ। ତାଙ୍କୁ ଓ ତାଙ୍କ ପରିବାରକୁ ମାରି ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ଶୁଭାଶିଷ ସଂଗଠନରୁ ଦୂରେଇ ଯାଇଥିଲେ। କିନ୍ତୁ ତା’ପରେ ସଂଗଠନର ଅନ୍ୟ ସଦସ୍ୟମାନେ କ୍ରମାଗତ ଭାବେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ପୁଲିସ୍ ଭୟ ବି ଦେଖାଉଥିଲେ।

ଶିଭାଶିଷ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଥାନାକୁ ଗଲେ ଜୀବନ ପ୍ରତି ବିପଦ ଆସିବ ଭାବି ସେ ଚୁପ୍ ରହିଥିଲେ। କିନ୍ତୁ ଏବେ ମାନବବାଦ ସଂଗଠନ ଓ ମାନସ ଦାସଙ୍କ ସମ୍ପର୍କରେ ଖବରକାଗଜରେ ଓ ଟିଭିରେ ଖବର ଦେଖିବା ପରେ ମୁହଁ ଖୋଲିବାକୁ ସାହାସ କରି ଥାନାରେ ଏତଲା ଦେଇଛନ୍ତି। ଏହା ସହିତ ସଂଗଠନର ପରିଚୟପତ୍ର, ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କ ସହିତ ଥିବା ଫଟୋ ଓ ଦିଆଯାଇଥିବା ଧମକର ଫୋନ୍ ରେକର୍ଡିଂ ଦାଖଲ କରିଛନ୍ତି। ତାଙ୍କ ଓ ତାଙ୍କ ପରିବାକୁ ତୁରନ୍ତ ସୁରକ୍ଷା ପ୍ରଦାନ କରିବାକୁ ଶୁଭାଶିଷ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story